Latest Odisha News

BREAKING NEWS

ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ମନା: ବିଏମସି, ସଂକ୍ରମଣ ବଢୁଥିବାରୁ କଟକଣା

ଭୁବନେଶ୍ୱର: ଆସନ୍ତାକାଲି ପଣା ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ପଣାସଂକ୍ରାନ୍ତି ପାଳନ ଲାଗି ଭକ୍ତଙ୍କୁ ବାରଣ କରାଯାଇଛି । ଏହାସହ ବଡ ଆକାରରେ କୌଣସି ପୂଜା ହୋଇପାରିବ ନାହିଁ ବୋଲି ବିଏମସି ସଫା ସଫା କହିଛି । କାଲି ମନ୍ଦିରରେ ଭିଡ଼ ହେବାର ଆଶଙ୍କା କରି ଆଗୁଆ ପଦକ୍ଷେପ ନେଇଛି ବିଏମସି । 

କେବଳ ପୂଜକମାନେ ପୂଜାର୍ଚ୍ଚନା କରିପାରିବେ । ମା’ଙ୍କର ନୀତିକାନ୍ତି କରିବାକୁ ସ୍ୱଳ୍ପ ସଂଖ୍ୟକ ପୂଜକଙ୍କୁ ଅନୁମତି ଦିଆଯାଇଛି । ସେହିପରି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ କୌଣସି ପ୍ରକାର ପଣା ଓ ଉତ୍ସବ ଆୟୋଜନକୁ ବାରଣ କରାଯାଇଛି ।  କଟକଣା ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ କଡ଼ା କଟକଣା ଜାରି କରିଛି ବିଏମସି । 

Leave A Reply

Your email address will not be published.