Latest Odisha News

BREAKING NEWS

ମହଙ୍ଗା ପଡିଲା ଗାୟକଙ୍କୁ ନକଲି ୫୦୦ ଟଙ୍କିଆ ନୋଟ ଦେବା, ୨ ଠକଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗିର: ମହଙ୍ଗା ପଡିଲା ଗାୟକଙ୍କୁ ନକଲି ୫୦୦ ଟଙ୍କିଆ ନୋଟ ଦେବା । ବନ୍ଧା ହେଲେ ଠକ ଅଭିଯୁକ୍ତ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଭଇଷା ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ଗିରଫ ଅଭିଯୁକ୍ତ ମାନେ ହେଲେ ପାଟଣାଗଡ଼ ଥାନା ଭଇଷା ଗାଁର ବରୁଣ ପାନୁଆନ  ଏବଂ ଦେଓଗାଁ ଥାନା ବୁଡ଼ାବାହାଲ ଗାଁର ରୋହିତ ବସ୍ତିଆ।

ସୂଚନା ଅନୁସାରେ, ଗତ ୨୫ ତାରିଖରେ ଭଇଷା ଗାଁରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଚାଲିଥିଲା । ଏହି ସମୟରେ ଜଣେ ଗାୟକ ନାମଯଜ୍ଞରେ ଗୀତ ଗାଉଥିଲେ । ତାଙ୍କ ଗୀତରେ ଖୁସି ହୋଇ ସେହି ଗାଁର ବରୁଣ ପାନୁଆନ ଏବଂ ଦେଓଗାଁର ରୋହିତ ବସ୍ତିଆ ତାଙ୍କୁ ୨ ଟି ୫୦୦ ଟଙ୍କିଆ ଦେଇଥିଲେ । ଗାୟକ ୧୦୦୦ ଟଙ୍କା ପାଇ ଖୁସିରେ ଘରକୁ ଯାଇଥିଲେ । କିନ୍ତୁ ସେଠାରେ ଦେଖିଲା ବେଳକୁ ୨ଟି ଯାକ ୫୦୦ ଟଙ୍କିଆ ନୋଟ ନକଲି ଥିଲା । ଏନେଇ ଗାୟକ ଜଣଙ୍କ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ। ସରପଞ୍ଚ ଜଣଙ୍କ ଏନେଇ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ ।

ମାମଲା ରୁଜୁ ପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ବରୁଣ ଓ ରୋହିତଙ୍କ ଘରେ ଚଢାଉ କରି ୨୭୪ଟି ନକଲି ୫୦୦ ଟଙ୍କିଆ ନୋଟ ଜବତ କରିଥିଲା । ଯାହାର ମୂଲ୍ୟ ୧ ଲକ୍ଷ ୩୭ ହଜାର ଟଙ୍କା ହେବ। ଏହାସହ କମ୍ପୁଟର ଓ ପ୍ରିଣ୍ଟର ମଧ୍ୟ ଜବତ କରିଛି ପୋଲିସ । ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 

Leave A Reply

Your email address will not be published.