Latest Odisha News

BREAKING NEWS

ଆତ୍ମ ସମର୍ପଣ କଲେ ୟୁଟ୍ୟୁବର ମୋନାଲିସା ଭଦ୍ର

ଯାଜପୁର: ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘର ଉପରେ ବନ ବିଭାଗର ଚଢ଼ାଉ ଘଟଣା। ଯାଜପୁର ରୋଡ଼ ବନ ବିଭାଗ କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲେ ଭଦ୍ର ଦମ୍ପତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଯାଜପୁର ରୋଡ଼ ରେଞ୍ଜର ଜୋତି ରଞ୍ଜନ ମହାପାତ୍ର ।

ସୂଚନା ଅନୁସାରେ, ଗତ ମାର୍ଚ୍ଚ ୨୪ ତାରିଖରେ ବନ୍ୟ ଆଇନ ଉଲଂଘନ କରିବା ଅଭିଯୋଗରେ ବନ ବିଭାଗର ଦୁଇଟି ଟିମ ଯାଜପୁର ବ୍ଲକ ଜହଳ ଗାଁ ସ୍ଥିତ ଭଦ୍ର ଦମ୍ପତିଙ୍କ ବାସଭବନରେ ଚଢ଼ାଉ କରିଥିଲେ । ବନ୍ୟ ଜନ୍ତୁ ରଖିବା ସହିତ ସେମାନଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଭଳି ସଙ୍ଗିନ ଅଭିଯୋଗ ଉଭୟ ମୋନାଲିସା ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ରହିଛି । ବନ ବିଭାଗ ପକ୍ଷରୁ ଚଢ଼ାଉ ନେଇ ଖବର ପାଇ ଉଭୟ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଧରିବା ପାଇଁ ବନ ବିଭାଗ କର୍ମଚାରୀ ମାନେ ଅନେକ ଚେଷ୍ଟା କରି ମଧ୍ୟ ବିଫଳ ହେଇଥିଲେ l

ଗତ ସୋମବାର ଭୋରୁ ଭୋରୁ ପୁଣି ଥରେ ବନବିଭାଗ ପକ୍ଷରୁ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା l ଦ୍ଵିତୀୟ ଥରର ଚଢାଉରେ ବନ ବିଭାଗ ପକ୍ଷରୁ ଏକ ମାଙ୍କଡ଼କୁ ଜବତ କରାଯାଇଥିଲା । ସେପଟେ ଏସିଏଫ ଅନିଲ କୁମାର ରାୟଙ୍କ ନିର୍ଦ୍ଧେଶ କ୍ରମେ ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିବା ପାଇଁ ସୋମବାର ଦିନ ବନ ବିଭାଗ ପକ୍ଷରୁ ଦୁଇଟି ଟିମ ଗଠନ କରାଯାଇଥିଲା । ସେମାନଙ୍କ ବିରୋଧ ରେ ବନ ବିଭାଗ ପକ୍ଷରୁ କେଶ ନମ୍ବର ୨୭୫/୨୪ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଗତକାଲି ରାତିରେ ଭଦ୍ର ଦମ୍ପତି ଯାଜପୁର ରୋଡ଼ ବନ ବିଭାଗ କାର୍ଯ୍ୟାଳୟରେ ଆତ୍ମ ସମର୍ପଣ କରିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ରୋଡ଼ ରେଞ୍ଜର ଜୋତି ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.