Latest Odisha News

BREAKING NEWS

ଘର ଓ ଚାକିରି ଦେବା ନାଁରେ ଠକେଇ, ଜେନାପୁର ପୋଲିସ ଦ୍ୱାରା ଦୁଇ ଗିରଫ

ଯାଜପୁର: ଘର ଓ ଚାକିରି ଦେବା ନାଁରେ ଠକୁଥିଲେ ଦୁଇ ଯୁବକ । ଯାଜପୁର ଜିଲ୍ଲା ଜେନାପୁର ପୋଲିସ ଦ୍ୱାରା ଦୁଇ ଠକ ଗିରଫ ହୋଇଛନ୍ତି । ଗିରଫ ଦୁଇ ଠକ ଯାଜପୁର ଟାଉନ ଥାନା ଅନ୍ତର୍ଗତ ଗୋକନା ଗ୍ରାମର ବିଶ୍ଵନାଥ ସାହୁ ଓ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ବିରଜା ପ୍ରସାଦ ରାୟ ।

ଏମାନେ ନିଜକୁ ବାଜି ରାଉତ ସୋସିଆଲ ହାଉସିଂ ସଂଗଠନ ସଦସ୍ୟ ପରିଚୟ ଦେଇ ଘର ଯୋଗାଇବା ପାଇଁ ୨୦୨୧ ମସିହାରେ ଜେନାପୁର ଅଞ୍ଚଳର ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ।

ଅନେକ ଲୋକଙ୍କ ଠାରୁ ୨ ହଜାର ଟଙ୍କା ଲେଖାଏଁ ନେଇଥିଲେ । ଏହି ଭିତରେ ଜଣେ ମହିଳାଙ୍କ ପୁଅକୁ ରେଳବାଇରେ ଚାକିରି କରାଇଦେବା ପ୍ରତିଶୃତି ଦେଢ଼ ଲକ୍ଷ ଟଙ୍କା ନେଇଥିଲେ।

ଚାକିରି ନ ପାଇ ସେମାନଙ୍କୁ ଫୋନ କରିବାରୁ ଫୋନ ସୁଇଚ ଅଫ ଦେଖାଇଥିଲା । ଏନେଇ ଉକ୍ତ ମହିଳା ଜଣକ ଜେନାପୁର ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଏହି ଦୁଇ ଠକଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ୫ଟି ମୋବାଇଲ, ୨ଟି ସ୍କୁଟର ଗାଡ଼ି, ରେଳବାଇ ଚାକିରି ନକଲି ଆପଏଣ୍ଟମେଣ୍ଟ ଲେଟର (ନିଯୁକ୍ତି ପତ୍ର) ଓ ନକଲି ସୁନା ଇଟା ଜବତ ହୋଇଛି ।

ଆଜି ଉଭୟ ଠକଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.