Latest Odisha News

BREAKING NEWS

ବିପଦ ସଂକେତ ଉପରେ ବୈତରଣୀ; ଧାମନଗର ଓ ଭଣ୍ଡାରିପୋଖରୀର ବହୁ ପଞ୍ଚାୟତ ଜଳମଗ୍ନ

ଭଦ୍ରକ: ବୈତରଣୀରେ ପୁଣି ବଢ଼ି ପାଣି ବଢ଼ିବାରେ ଲାଗିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜ଼ିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି ।

ସପ୍ତାହରେ ଦ୍ଵିତୀୟ ଥର ପାଇଁ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭. ୮୩ ମିଟର ରହିଥିବା ବେଳେ ଦିନ ୩ଟା ସୁଦ୍ଧା ଜଳସ୍ତର ୧୮.୯୯ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ବୈତରଣୀ ନଦୀର ଶାଖା ଗେଙ୍ଗୁଟି, କୋଚିଳା ଆଦି ନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି । ଏହା ଦ୍ୱାରା ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ, ତିହିଡ଼ି ଓ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ପ୍ରଭାବିତ ହେବ ।

ବୈତରଣୀ ନଦୀରେ ବନ୍ୟା ଆସିବା ଯୋଗୁ ଭଣ୍ଡାରିପୋଖରୀ ବ୍ଲକର- ରହଣିଆ, ନପଙ୍ଗ, କୁରିଆ ଗାଁ, ମାଳଦା,  ଷୋଳମପୁର ପଞ୍ଚାୟତ ଏବେ ପାଣି ଘେରରେ ବୁଡ଼ି ରହିଛନ୍ତି ।

ସେହିପରି ଧାମନଗର ବ୍ଲକର, ପଧାନୀ, ସୋହଡା, ଦେହୁଡୀ ଆନନ୍ଦପୁର, ଖଡ଼ିପଦା ପଞ୍ଚାୟତରେ ପାଣି ପଶିବା ଯୋଗୁଁ ଲୋକମାନେ ଏବେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ରାସ୍ତା ଉପରେ ପାଣି ଚାଲିଥିବାରୁ ଗମନାଗମନ ବନ୍ଦ ହୋଇଯାଇଛି ।

Leave A Reply

Your email address will not be published.