Latest Odisha News

BREAKING NEWS

ସମୁଦ୍ର ପଥ ଦେଇ ଇସ୍ରାଏଲରେ ପ୍ରବେଶ ବେଳେ ୨ ହମାସ ଆତଙ୍କବାଦୀ ନିହତ

ତେଲ ଅଭୀବ: ହମାସ ଓ ଇସ୍ରାଏଲ ମଧ୍ୟରେ ଥମିବାର ନାଁ ଧରୁନି ଯୁଦ୍ଧ । ଇସ୍ରାଏଲ ଆକ୍ରମଣରେ ସମ୍ପୁର୍ଣ୍ଣ ଧ୍ୱଂସ ହୋଇଥିଲେ ହେଁ ହାମାସ ଆତଙ୍କବାଦୀଙ୍କ ମନୋବଳ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ । ଏହି ସମୟରେ ହାମାସ ଆତଙ୍କବାଦୀମାନେ ସମୁଦ୍ର ଦେଇ ଇସ୍ରାଏଲରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଖବର ସାମ୍ନାକୁ ଆସିଛି ।

ଇସ୍ରାଏଲ ସେନା ଦାବି କରିଛି ଯେ, ସମୁଦ୍ର ପଥ ଦେଇ ଦୁଇ ଜଣ ଆତଙ୍କବାଦୀ ଇସ୍ରାଏଲରେ ଅନୁପ୍ରବେଶ କରୁଥିଲେ, କିନ୍ତୁ ଇସ୍ରାଏଲ ସେନା ସେମାନଙ୍କୁ ସ୍ୱତନ୍ତ୍ର ତଦାରଖ ଉପକରଣ ସହିତ ଯାଞ୍ଚ କରିଥିଲେ । ଏହାପରେ ଇସ୍ରାଏଲ ନୌସେନା ଏବଂ ବାୟୁସେନା ମିଶି ହାମାସ ଆତଙ୍କବାଦୀଙ୍କୁ ସମୁଦ୍ରରେ ଘେରି ରହିଥିଲେ । ଯୁଦ୍ଧ ବିମାନ ଆତଙ୍କବାଦୀଙ୍କ ଉପରେ ବୋମା ବର୍ଷା କରିଥିଲା । ଯେଉଁ କାରଣରୁ ସମୁଦ୍ର ଭିତରେ ଉଭୟ ଆତଙ୍କବାଦୀ ନିହତ ହୋଇଥିବା ଦାବି କରିଛି ସେନା । ଏହି ପ୍ରକ୍ରିୟାରେ ହାମାସ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଏବଂ ସେମାନଙ୍କ ହତ୍ୟାର ଏକ ଭିଡିଓ ମଧ୍ୟ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଅପଲୋଡ କରିଛି ।

ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଦୁଇ ହମାସ ଆତଙ୍କବାଦୀ ସମୁଦ୍ର ଟନେଲ ମାଧ୍ୟମରେ ଇସ୍ରାଏଲର ଜିକିମ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଅନୁପ୍ରବେଶ ପରେ ସେମାନେ ଇସ୍ରାଏଲରେ କିଛି ବଡ କାଣ୍ଡ କରିବାକୁ ଚାହୁଁଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ସେମାନଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ଇସ୍ରାଏଲ ସେନା ସମୁଦ୍ରରେ ଉଭୟ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ।

Leave A Reply

Your email address will not be published.