Latest Odisha News

BREAKING NEWS

ବଡବିଲ ମେନ୍ ରୋଡରେ ବୋମାମାଡ ଘଟଣା, ୨ କୁଖ୍ୟାତ ଅପରାଧୀ ଗିରଫ

କେନ୍ଦୁଝର : ବଡ଼ବିଲ ମେନ୍ ରୋଡରେ ଥିବା ହାର୍ଡ ଓ୍ବେୟାର ଷ୍ଟୋରରେ ବୋମାମାଡ଼ ଘଟଣାର ହୋଇଛି ପର୍ଦ୍ଦାଫାସ । ବୋମାମଡ ଘଟଣାରେ ବଡବିଲ ପୋଲିସ ୨ ଜଣ କୁଖ୍ୟାତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି । ଦାଦାବଟି ଆଦାୟକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ସୂଚନା ଦେଇଛି ପୋଲିସ । ଗିରଫ ୨ ଜଣ ହେଲେ ପରଭେଜ ଅଖତର ଓ ମହମ୍ମଦ ହୁସେନ । ଏମାନଙ୍କ ଘର ଝାଡଖଣ୍ଡ ହୋଇଥିବା ବେଳେ, ସେମାନଙ୍କ ଠାରୁ ପୋଲିସ ଏକ ଦେଶୀ ବନ୍ଧୁକ, ରିଭଲଭର, ଅଫୁଟା ଗୁଳି, ଏକ କାଟ୍ରିଜ, ମୋବାଇଲ, ବାଇକ୍ ଓ ଅଢ଼େଇ ଲକ୍ଷ ଟଙ୍କା ଜବତ କରିଛି । ଏହି ଘଟଣାରେ ଅନ୍ୟ ଜଣେ ଏବେ ବି ଫେରାର ଅଛି ।

ପୋଲିସର ସୂଚନା ଅନୁସାରେ, ଏହି ଅପରାଧୀମାନେ ମାଓବାଦୀଙ୍କ ନାଁରେ ଏକ ଚିଠି ହାର୍ଡ ଓ୍ବେୟାର ଦୋକାନୀ ରମେଶ ଅଟଳଙ୍କୁ ଦେଇଥିଲେ । ଏହେଲେ ଏ ସମ୍ପର୍କରେ ବଡ଼ବିଲ ଥାନାକୁ ଜଣାଇଥିଲେ ଅଟଳ । ଏହାର ଦୁଇ ଦିନ ପରେ ଅଟଳଙ୍କ ଦୋକାନରେ ବୋମା ମାଡ଼ କରିଥିଲେ ଅଭିଯୁକ୍ତ । ତେବେ ପୂର୍ବ ଯୋଜନା ଅନୁସାରେ ଚିଠି ଦେଇଥିବା ବ୍ୟକ୍ତିଙ୍କୁ ଟଙ୍କା ଦେବାକୁ ଯିବା ସମୟରେ ପୋଲିସ ୨ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଥିଲା । ବିଭିନ୍ନ ସମୟରେ ଏହି ଗ୍ୟାଙ୍ଗ ଅପହରଣ କରି ଦାଦାବଟି ଆଦାୟ କରିଥାନ୍ତି । ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ବିହାରରେ ଏମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ଥିବା କହିଛି ପୋଲିସ । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛି ବଡବିଲ ପୋଲିସ ।

Comments are closed.