Latest Odisha News

BREAKING NEWS

ପୋଲିସ-ମାଓବାଦୀ ଗୁଳି ବିନିମୟ: ୨ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ମାଓବାଦୀ ଓ ପୋଲିସ ମଧ୍ୟରେ ବଡ ଧରଣର ଗୁଳିବିନିମୟ ହୋଇଛି । ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ସୁକମା ଏସପି କିରଣ ଚୌହାନ ।

ମିଳିଥିବା ଖବର ଅନୁସାରେ, ଛତିଶଗଡ ସୁକୁମା ଜିଲ୍ଲା ତାଡ଼ମେଟଲା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସୂଚନା ପାଇ ସର୍ଚ୍ଚ ଅପରେସନରେ ବାହାରିଥିଲେ ଯବାନ । ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ମାଓବାଦୀମାନେ ପୋଲିସଙ୍କ ଉପରକୁ ଗୁଳି ଚଳାଇଥିଲେ | ଏହାର ପ୍ରତିଉତ୍ତରରେ ପୋଲିସମାନେ ମଧ୍ୟ ଗୁଳି ଚଳାଇଥିଲେ | ଯେଉଁଥିରେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଥିଲେ | ତେବେ ଗୁଳିବିନିମୟରେ ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି । ଗୁଳିବିନିମୟ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । କିନ୍ତୁ ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି । ଏହି ସର୍ଚ୍ଚ ଅପରେସନର ଡିଆରଜି ଓ ସିଆରପିଫ୍ ଯବାନମାନେ ମଧ୍ୟ ସାମିଲ ହୋଇଥିଲେ। ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ । ତେବେ ମୃତ ଦୁଇ ମାଓବାଦୀଙ୍କ ନାଁରେ ପୁରସ୍କାର ରାଶି ରହିଥିଲା । ଅନେକ ମାଓ ହିଂସାକାଣ୍ଡରେ ଜଡ଼ିତ ଥିଲେ ଏହି ମୃତ ମାଓବାଦୀ ।

Leave A Reply

Your email address will not be published.