Latest Odisha News

BREAKING NEWS

ଦେଶର ଇଂରାଜୀ ନାଁ ଉଠେଇ ଦେବେ କି ମୋଦି ସରକାର ? ମେଣ୍ଟକୁ ଘାରିଲା ଚିନ୍ତା

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପରେ ପରେ ସଂସଦର ବିଶେଷ ଅଧିବେଶନ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦର ବିଶେଷ ଅଧିବେଶନରେ କ’ଣ ହେବ ତାକୁ ନେଇ ଚାଲିଛି ଅଟକଳ ।  ମଙ୍ଗଳବାର ଏକ ନୂଆ ପ୍ରସଙ୍ଗ ସାମ୍ନାକୁ ଆସିଛି । ଯାହାକୁ ନେଇ ଅନୁମାନ କରାଯାଉଛି, ସଂସଦର ବିଶେଷ ଅଧିବେଶନରେ କେନ୍ଦ୍ର ସରକାର ଦେଶର ନାମ ପରିବର୍ତ୍ତନ କରିବାର ପ୍ରସ୍ତାବ ରଖିପାରନ୍ତି । ଦେଶର ନାଁ ଇଣ୍ଡିଆ ପରିବର୍ତ୍ତେ ଭାରତ ରଖିବା ପାଇଁ ପ୍ରସ୍ତାବ ଆଣି ପାରନ୍ତି କେନ୍ଦ୍ର ସରକାର ।

ଯଦି ନାମ ପରିବର୍ତ୍ତନ ହୁଏ ତେବେ ଦେଶର ନାମ ସାର୍ବଜାନିକ ଏବଂ ସାର୍ବଭୌମିକ ଭାବେ ଭାରତ ହିଁ ରହିବ । ଯଦି ଏପରି ଅନୁମାନ ସତ ହୁଏ ତେବେ ଇଣ୍ଡିଆ ମେଣ୍ଟ ପାଇଁ ଏକ ବଡ ଝଟକା ହେବ  । କାରଣ ମେଣ୍ଟ ଉଦ୍ଦେଶ୍ୟମୂଳକ ଏହାର  ନାମକରଣ ଇଣ୍ଡିଆ କରିଛି  ।

ତେବେ ଆସନ୍ତା ସ୍ୱତନ୍ତ୍ର ଅଧିବେଶନରେ ଏପରି ଦେଶର ନାମ ପରିବର୍ତ୍ତନ ପ୍ରସ୍ତାବ ସରକାର ଆଣିପାରନ୍ତି ଏପରି ଅନୁମାନ କରିବା ପଛରେ ଅନେକ କାରଣ ରହିଛି । ଜି-୨୦ ସମ୍ମିଳନୀ ପୂର୍ବରୁ ଲଞ୍ଚ ହୋଇଛି ପ୍ରେସିଡେନ୍ସି G-20ର ନୂଆ ହାଣ୍ଡେଲ G-20 ଭାରତ । ସେହିପରି G-20ର ଏକ ଅଲଗା ଏକ୍ସ ଆକାଉଣ୍ଟ ହେବ । । ଏଥିରେ G-20 ସମ୍ବନ୍ଧିତ ସମସ୍ତ ସୂଚନା ଓ ନିୟମ ବିଷୟରେ ତଥ୍ୟ ନିୟମିତ ପ୍ରଦାନ କରାଯିବ ।

ଅନ୍ୟ ଏକ ସୂଚନା ଅନୁସାରେ, ରାଷ୍ଟ୍ରପତି ଭବନରେ ସେପ୍ଟେମ୍ବର ୯ ତାରିଖରେ G-20 ଡିନର ପାଇଁ ନିମନ୍ତ୍ରଣ ପତ୍ର ପଠାଯାଇଛି । ତାହା ମଧ୍ୟ ଭାରତର ରାଷ୍ଟ୍ରପତି (‘President of Bharat’)   ନାମରେ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରେସିଡେଣ୍ଟ ଅଫ ଇଣ୍ଡିଆ କୁହାଯାଉଥିବାବେଳେ ଏଥିରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖାଯିବା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।

ଏ ସମ୍ପର୍କରେ କଂଗ୍ରେସ ସାଂସଦ ଜୟରାମ ରେମଶ ତାଙ୍କ ଟୁଇଟରେ ସୂଚନା ଦେଇଥିଲେ । ସାଂସଦ କହିଥିଲେ, ଏହି ଖବର ସତ ଯେ ରାଷ୍ଟ୍ରପତି ଭବନରେ ୯ ସେପ୍ଟେମ୍ବରକୁ ରାତ୍ରିଭୋଜନ ପାଇଁ ଆମନ୍ତ୍ରଣ ପତ୍ର ଦିଆଯାଇଛି ଯେଉଁଥିରେ ଇଣ୍ଡିଆର ରାଷ୍ଟ୍ରପତି ବଦଳରେ ଭାରତର ରାଷ୍ଟ୍ରପତି ଉଲ୍ଲେଖ ରହିଛି ।  ସେ ଏହି ନିମନ୍ତ୍ରଣ ପତ୍ରର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଏହି ପ୍ରସ୍ତାବ ଆଣିବା ପୂର୍ବରୁ ଅନେକ ସାସଂଦ ମଧ୍ୟ ଇଣ୍ଡିଆ ଶବ୍ଦ ଉଠାଇ ଦେବା ଠିକ ହେବ ବୋଲି ଦାବି କରିଛନ୍ତି  । ରାଜ୍ୟ ସଭା ସାଂସଦ ହରନାଥ ସିଂହ ଯାଦବ ଭାରତ ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ହଟାଇବା ପାଇଁ ଦାବି କରିଛନ୍ତି । ସେ କହିଛନ୍ତି, ‘ଇଣ୍ଡିଆ ଶବ୍ଦ ଗୁଲିମୀର ପ୍ରତୀକ, ତେଣୁ ସମ୍ବିଧନ ସଂଶୋଧନ ଦ୍ୱାରା ଏହାକୁ ହଟାଇ ଦେବା ଉଚିତ ।’

ଅବଶ୍ୟ ଏହାକୁ ନେଇ ନରେଶ ବଂଶଲ କହିଥିଲେ, ‘ଏହି ସାଂସଦଙ୍କ କଥା ଯଦି ଅନୁଧ୍ୟାନ କରାଯାଏ ତେବେ ଗୋଟିଏ ପ୍ରଶ୍ନ ମନକୁ ଆସେ । କୌଣସି ଦେଶର କ’ଣ ଦୁଇଟି ନାଁ ହୋଇପାରେ ?  ତାହା ପୁଣି ଇଣ୍ଡିଆ ଗୁଲାମୀର ପ୍ରତୀକ ଏବଂ ଭାରତ ଆମ ସଂସ୍କୃତିର ପରିଚୟ ?’

 

Leave A Reply

Your email address will not be published.