Latest Odisha News

ବେଙ୍ଗାଲୁରୁ ପରେ ଗୁଜୁରାଟରୁ ଆଉ ଜଣେ ଏଚଏମପିଭି ମାମଲା ଚିହ୍ନଟ

ଅହମ୍ମଦାବାଦ: ବେଙ୍ଗାଲୁରୁରୁ ୨ ଜଣ ଏଚଏମପିଭି ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ଅହମ୍ମଦାବାଦରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତିସହିତ ଦେଶରେ ଏବେ ମୋଟ ୩ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଚୀନରେ ଏବେ ଏଚଏମପିଭି ସଂକ୍ରମଣ ବୃଦ୍ଧି ପାଇଥିବାରୁ ଦେଶରେ ଭାଇରସ ବ୍ୟାପିବାର ଭୟ ଭିତରେ ଏବେ ଏହି ଶ୍ୱାସକ୍ରିୟାଜନିତ ସଂକ୍ରମଣ ଏଚଏମପିଭିରେ ଦେଶରେ ଗୋଟିଏ ଦିନରେ ୩ଟି ମାମଲା ସାମ୍ନାକୁ ଆସିଛି ।  ବେଙ୍ଗାଲୁରୁରେ ଦୁଇଟି ଏବଂ ଗୁଜୁରାଟ ଅହମ୍ମଦାବାଦରେ ଗୋଟିଏ ଚିହ୍ନଟ ହୋଇଛି ।

ବେଙ୍ଗାଲୁରୁ ହସ୍ପିଟାଲରେ ୮ ମାସର ଏକ ଶିଶୁ ଏବଂ ୩ ମାସର ଏକ ଶିଶୁ ଠାରେ ପ୍ରଥମେ ଏହି ରୋଗର ଲକ୍ଷଣ ଦେଖାଦେଇଥିବା ବେଳେ ପରୀକ୍ଷା ଦ୍ବାରା ସେମାନେ ଏଚଏମପିଭିରେ ପଜିଟିଭ ବୋଲି ଜଣାପଡିଥିଲା । ଆଉ ଏବେ ଗୁଜୁରାଟ ଅହମ୍ମଦାବାଦରୁ ଜଣେ ଦୁଇ ମାସର ଶିଶୁ ଠାରେ ଉକ୍ତ ରୋଗ ଚିହ୍ନଟ ହୋଇଛି ।

ତେବେ ମାନବ ମେଟାନ୍ୟୁମୋଭାଇରସ୍ (HMPV), ଏକ ଶ୍ୱାସକ୍ରିୟା ଜନିତ ଜୀବାଣୁ ଯାହା ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା । ଏହି ରୋଗ ଏବେ ଚୀନରେ ଆତଙ୍କ ଖେଳାଇଛି । ଆଉ ଏବେ ଦେଶରେ ମଧ୍ୟ ଏହାର ୩ଟି ମାମଲା ସାମ୍ନାକୁ ଆସିଛି । ଯାହା ସାଧାରଣତଃ ଛୋଟ ଶିଶୁମାନଙ୍କ ଠାରେ ଅଧିକ ସଂକ୍ରମିତ ହେଉଛି ।

ଅନ୍ୟପଟେ ଏହାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଉଭୟ ଗୁଜୁରାଟ ଏବଂ କର୍ଣ୍ଣାଟକ ସରକାର । ପିଲାମାନଙ୍କର ସ୍ଥିତି ସ୍ଥିର ରହିଛି । ଏଥିସହିତ ଡାକ୍ତରମାନେ ଏହାର ଚିକିତ୍ସା କରିବାରେ ସଫଳ ମଧ୍ୟ ହେଉଛନ୍ତି । ବେଙ୍ଗାଲୁରୁରେ ଚିହ୍ନଟ ହୋଇଥିବା ୨ଟି ମାମଲାରୁ ଜଣେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ବେଳେ ବଉ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ବର୍ତ୍ତାମନ ସୁଦାର ରହିଥିବା ଜଣାପଡିଛି ।

ତେବେ ସବୁଠୁ ବଡ କଥା ହେଉଛି ଏମାନେ ଚୋଟ ପିଲା ହୋଇଥିବା ବେଳେ ଏହାମନଙ୍କ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ନାହିଁ । ଯାହାକୁ ନେଇ କର୍ଣ୍ଣାଟକ ସରକାର କହିଛନ୍ତି, ଏହି ଭାଇରସ୍ ପୂର୍ବରୁ ରହିଛି । ସାଧାରଣତଃ ଶ୍ବାସଜନିତ ରୋଗ, ନିମୋନିଆ ଭଳି ଜର ହେବା ଏହି ଭାଇରସ ଦ୍ବାରା ହୋଇଥାଏ । ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି, ବେଙ୍ଗାଲୁରୁରେ ଦୁଇଟି ଏଚଏମପିଭି ମାମଲାକୁ ଶ୍ୱାସକ୍ରିୟା ଭାଇରସ ରୋଗ ପାଇଁ ନିୟମିତ ସର୍ଭେଲାନ୍ସ ମାଧ୍ୟମରେ ଚିହ୍ନଟ କରାଯାଇଥିଲା, ଏହା ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ଦେଶବ୍ୟାପୀ ଶ୍ୱାସକ୍ରିୟା ରୋଗ ଉପରେ ନଜର ରଖିବା ପାଇଁ ଚାଲିଥିବା ପ୍ରୟାସର ଗୋଟିଏ ଅଂଶ ରହିଥିଲା । ଏଥିରେ ଲୋକମାନେ ଅଧିକ ଭୟଭୀତ ହେବା ଆବଶ୍ୟକ ରହିନାହିଁ ।

Leave A Reply

Your email address will not be published.