Latest Odisha News

BREAKING NEWS

ଆବୁଧାବି ବିମାନବନ୍ଦର ନିକଟରେ ଡ୍ରୋନ ଷ୍ଟ୍ରାଇକ, ୨ ଭାରତୀୟ ମୃତ

ଦୁବାଇ: ଆବୁଧାବି ବିମାନବନ୍ଦର ନିକଟରେ ଡ୍ରୋନ ଷ୍ଟ୍ରାଇକ, ୨ ଭାରତୀୟ ମୃତ । ଅବୁଧାବିର ନୂଆ ଅନ୍ତାର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଭୟଙ୍କର ଡ୍ରୋନ ଷ୍ଟ୍ରାଇକରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏୟାରପୋର୍ଟ ନିକଟରେ ଥିବା ୩ଟି ତେଲ ବୋଝେଇ ଟ୍ୟାଙ୍କର ଉପରେ ଏପରି ଆକ୍ରମଣ କରାଯାଇଥିଲା । ଫଳରେ ଭୟଙ୍କର ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଥିଲା।

ଏଥିରେ ୨ ଭାରତୀୟ ଓ ଜଣେ ପାକିସ୍ତାନୀ ପ୍ରାଣ ହରାଇଛନ୍ତି । ସେହିପରି ଆଉ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ୟେମେନରେ ଥିବା ଇରାନ ସମର୍ଥିତ ଇହୁଦି ବିଦ୍ରୋହୀ ଗୋଷ୍ଠୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।

ଆଜିର ଆକ୍ରମଣ ସମ୍ପର୍କରେ ୟୁଏଇ ପୁଲିସ କହିଛି, ୩ଟି ତେଲ ଟ୍ୟାଙ୍କର୍‌କୁ ଟାର୍ଗେଟ କରି ଆଜି ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଥିଲା। ଏଥିଯୋଗୁ ନୂଆ ଏୟାରପୋର୍ଟ ପାଇଁ ଚାଲିଥିବା ନିର୍ମାଣ ସ୍ଥଳରେ ମଧ୍ୟ ନିଆଁ ଲାଗିଯାଇଛି ।

ଘଟଣା ବେଳେ ସେଠାରେ ଉପସ୍ଥିତ ଥିବା ୩ ଜଣ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed, but trackbacks and pingbacks are open.