Latest Odisha News

BREAKING NEWS

[ଭିଡିଓ] ହସୁଥିଲେ ତାଲିବାନୀ, କାନ୍ଦୁଥିଲେ ଆଫଗାନୀ ସଂଗୀତଜ୍ଞ, ଜଳୁଥିଲା ସଂଗୀତ ଉପକରଣ

ଭୁବନେଶ୍ୱର: ଅବ୍ଦୁଲହକ୍ ଅମେରୀ ନାମକ ଜଣେ ଆଫଗାନୀ ସାମ୍ବାଦିକଙ୍କ ସୋସିଆଲ ମିଡିଆ ଭିଡିଓ ପୋଷ୍ଟ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ଏହି ଭିଡିଓରେ ହତ୍ୟା କିମ୍ବା ଦୁଷ୍କର୍ମ ଭଳି ଦୃଶ୍ୟ ନାହିଁ । ବରଂ ମଣିଷ ହୋଇ ଓ ମଣିଷର ଭାବନା ସହ ଖେଳୁଥିବାର ଏକ ଘଟଣା ଅନେକଙ୍କୁ ବ୍ୟଥିତ କରିଛି ।

ଆଫଗାନିସ୍ତାନ ପକ୍ତିଆ ଅଂଚଳ ଜଜାଇ ଆରୁବ ଜିଲ୍ଲାର ଘଟଣା । ଜଣେ ସ୍ଥାନୀୟ ସଂଗୀତଜ୍ଞଙ୍କ ଆଖି ସାମ୍ନାରେ ତାଙ୍କ ଉପକରଣକୁ ଜାଳିଦେଇଥିଲେ ନିର୍ଦ୍ଦୟୀ ତାଲିବାନୀ । ନିଜ ସଂଗୀତ ଉପକରଣ ଜଳୁଥିବାର ଦୃଶ୍ୟ ଦେଖି ସଂଗୀତଜ୍ଞ ଜଣକ କାନ୍ଦୁଥିଲାବେଳେ ହସୁଥିଲେ ତାଲିବାନ ଆତଙ୍କବାଦୀ । ଏପରିକି ତାଲିବାନୀ ଜଣକ ସଂଗୀତଜ୍ଞଙ୍କୁ ବନ୍ଧୁକ ମୁନରେ ରଖିଥିବା ମଧ୍ୟ ଭାଇରାଲ୍ ହୋଇଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଇପାରେ ।

ଆଫଗାନିସ୍ତାନ କବ୍‌ଜା ପରେ ଉତ୍ସବ, ଟିଭି, ରଡିଓ ଓ ଗାଡିରେ ସଂଗୀତ ଶୁଣିବା ନେଇ ତାଲିବାନ ନିଷେଧାଦେଶ ଜାରି କରିଥିଲା । ଏହାର ଖିଲାଫ୍ କଲେ ସାଧାରଣ ନାଗରିକଙ୍କୁ ମିଳୁଛି ଅତି କ୍ରୁର ଦଣ୍ଡ । ଏପରି ସ୍ଥିତିରେ ଦେଶରେ ଥିବା ଅଧିକାଂଶ ସଂଗୀତଜ୍ଞଙ୍କୁ ହତ୍ୟା କରାଯାଇଥିଲାବେଳେ ଆଉ କିଛି ଜୀବନ ବିକଳରେ ଆତ୍ମଗୋପନ କରିଛନ୍ତି ।

Comments are closed, but trackbacks and pingbacks are open.