Latest Odisha News

BREAKING NEWS

ପେଟ୍ରୋଲ ଢାଳି ବିକ୍ଷୋଭ କରୁଥିଲେ, ପଛରୁ କେହି ନିଆଁ ଲଗାଇଦେଲେ… 

ଭୋପାଳ: ଭୋପାଳରେ ୟୁନିଅନ୍ କାର୍ବାଇଡର ବିଷାକ୍ତ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ଧର ଜିଲ୍ଲାର ପିଥାମପୁରକୁ ଚୟନ କରାଯାଇଛି। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଅନେକ ଲୋକ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହାରୁ ମଧ୍ୟରେ ଦୁଇ ଜଣ ବ୍ୟକ୍ତି ଆତ୍ମଦାହ କରିଥିବା ଅଭିଯୋଗ ହୋଇଛି।

ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ଯ ଭାଇରାଲ୍ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଦେଖାଯଉଛି ଯେ, ସ୍ଥାନୀୟ ଲୋକମାନେ ପିଥାମପୁରରେ ଅଳିଆ ପକାଇବାକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି ସମୟରେ ଭିଡ଼ ଭିତରୁ ଦୁଇଜଣ ବ୍ଯକ୍ତି ନିଜ ଉପରେ ପେଟ୍ରୋଲ ଢାଳି ବିକ୍ଷୋଭ କରୁଥିଲେ। ତେବେ ପରବର୍ତ୍ତୀ ସମୟରେ କେହି ପଛରୁ ନିଆଁ ଲଗାଇଦେଇଥିଲେ। ଫଳରେ ଦୁହେଁ ଜଳିବାରେ ଲାଗିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଇନ୍ଦୋରକୁ ସ୍ଥାନାନ୍ତର କରାଯାଇଛି। ପରେ ଆନ୍ଦୋଳନରତ ଲୋକଙ୍କୁ ହଟାଇବା ପାଇଁ ପୋଲିସ ଲାଠି ଚାର୍ଜ କରିଥିଲା।

ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ, ଙ୍କ ବିବୃତ୍ତି ଆସିଛି, ଏଠାରେ କୌଣସି ଲୋକର କ୍ଷତି ହେବା ଉଚିତ୍ ନୁହେଁ। ମାନଦଣ୍ଡ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏହି ସ୍ଥାନକୁ ଚୟନ କରାଯାଇଛି। ସରକାର ବର୍ଜ୍ୟବସ୍ତୁକୁ ବୈଜ୍ଞାନିକ ପଦ୍ଧତିରେ ନିଷ୍କାସନ କରିବେ। କରୁଛନ୍ତି। ଆମେ ଯୋଜନାବଦ୍ଧ ଭାବରେ ଆଗକୁ ବଢୁଛୁ। କୌଣସି ଭୁଲ ପଦକ୍ଷେପ ନିଅନ୍ତୁ ନାହିଁ।

 

Comments are closed.