ଭୁବନେଶ୍ୱର: ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାରେ ମାଷ୍ଟରମାଇଣ୍ଡ ପଠାଣିସାମନ୍ତ ଲେଙ୍କାର ଦୁଇ ସହଯୋଗୀ ଯାଜପୁରରୁ ଉଠାଇ ନେଲା ଏସ୍ଟିଏଫ୍। ଦେଶଦ୍ରୋହୀ କାର୍ଯ୍ୟ କରିବା ଅଭିଯୋଗରେ ଏସ୍ଟିଏଫ୍ ସେମାନଙ୍କୁ ଅଟକ ରଖିଛି। ସେମାନଙ୍କ ଠାରୁ ମୋବାଇଲ୍ ଜବତ କରାଯାଇଥିବା ବେଳେ ଏଗୁଡ଼ିକୁ ଖୁବଶୀଘ୍ର ଫରେନ୍ସିକ ଲ୍ୟାବକୁ ପଠାଯିବ ବୋଲି ସୂଚନା ମିଳିଛି।
ପୂର୍ବରୁ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଯାଜପୁରରୁ ୨ ଜଣଙ୍କୁ ଅଟକ ପରେ ମୋଟ ୫ ଜଣ ଏହି ମାମଲାରେ ସନ୍ଦେହ ଘେରକୁ ଆସିଲେଣି। ଏନଆଇଏ ଓ ଆଇବିକୁ ଏସଟିଏଫ୍ ସମସ୍ତ ତଥ୍ୟ ଦେଇଛି। ଆଇଟି ଏକ୍ସପର୍ଟ ଆବଶ୍ୟକସ୍ଥଳେ ସୋସିଆଲ ମିଡିଆ ବ୍ୟବହାର ନେଇ ଯାଞ୍ଚ କରିବେ ବୋଲି ସୂଚନା ମିଳିଛି।
ଅନ୍ୟପଟେ ମାମଲାର ମାଷ୍ଟର ମାଇଣ୍ଡ ପଠାଣିସାମନ୍ତ ଲେଙ୍କାକୁ ସୋମବାରଠାରୁ ରିମାଣ୍ଡରେ ଆଣି ପଚରାଉଚରା କରିବ ଏସ୍ଏଟିଏଫ୍। ତା ବିରୋଧରେ ଏସ୍ଟିଏଫ୍କୁ ସାଂଘାତିକ ତଥ୍ୟ ମିଳିଛି। ପଠାଣିସାମନ୍ତ ଲେଙ୍କାର ନ୍ଦିଲ୍ଲୀ, ରାଜସ୍ତାନ, ଗୁଜରାଟ ଓ ପଶ୍ଚିମବଙ୍ଗରେ ଥିବା ପାକିସ୍ତାନି ଆଇଏସଆଇ ଏଜେଣ୍ଟଙ୍କ ସହ ସମ୍ପର୍କ ଥିବା ଜଣାପଡ଼ିଛି।
ତେବେ ସେ କେବେ ଠାରୁ ପାକିସ୍ତାନ ଆଇଏସଆଇ ଏଜେଣ୍ଟ ଲିଙ୍କ୍ରେ ଅଛି କେଉଁ ଅଞ୍ଚଳରୁ ସିମ୍ କାର୍ଡ କିଣିଥିଲା ସେ ନେଇ ଖୋଳତାଡ଼ ଜାରି ରହିଛି। ଟେଲିକମ ପ୍ରୋଭାଇଡରଙ୍କୁ ମଧ୍ୟ ସ୍କାନରକୁ ନେଇଛି ଏସଟିଏଫ୍। ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନ୍ୟାସନ୍ୟାଲ ପେମେଣ୍ଟ କର୍ପୋରେସନକୁ ବି ଚିଠି ଲେଖାଯାଇଥିବା ସୂଚନା ମିଳିଛି।
Comments are closed.