Latest Odisha News

BREAKING NEWS

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ; ୧୫ଟି ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ

ବାଲେଶ୍ୱର: ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ। ୧୫ଟି ବଗିକୁ ପଛରେ ଛାଡ଼ି ଗଡ଼ିଗଲା ଇଞ୍ଜିନ୍। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଟ୍ରେନ୍‌ଟି ହାୱଡାରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଓଡିଶା ସୀମା ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାର ନେକୁରସିନି ଷ୍ଟେସନ ଏଭଳି ଦୁର୍ଘଟଣା ଘଟିଥିଲା।

ମିଳିଥିବା ସୂଚନା ଅନୁସାରେ, ଯାନ୍ତ୍ରୀକ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଛି। ଟ୍ରେନ୍‌ଟି କପ୍‌ଲିଂଗ କାଟି ଦେଇ ୧୫ ବଗିକୁ ପଛରେ ଛାଡ଼ି ଦେଇ ମାତ୍ର ୩ ଟି ବଗିକୁ ଧରି ଆଗକୁ ପଳାଇଥିଲା। ଇଞ୍ଜିନ୍‌ଟି ପ୍ରାୟ ୫୦୦ ମିଟର ଦୂରକୁ ଗଡିଯିବା ପରେ ଅଟକିଥିଲା। ଟ୍ରେନ୍‌ଟି ଖଡଗପୁର ଛାଡ଼ିବା ପରେ ପ୍ରାୟ ରାତି ରାତି ୧.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ତେବେ ଏତେବଡ଼ ଦୁର୍ଘଟଣା ଘଟିଯାଇଥିଲେ ବି ଯାତ୍ରୀମାନେ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଘଟଣା ପରେ ଅଫ୍ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।  ଟ୍ରାକ୍ କ୍ଲିୟର ହୋଇନଥିବାରୁ ଅନେକ ଟ୍ରେନ୍ ବିଳମ୍ବରେ ଚାଲିଥିଲା। ଘଟଣା ଘଟିବାର ଦୀର୍ଘ ୭ଘଣ୍ଟା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି। ତେବେ ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସରେ ଏଭଳି ଘଟଣା କାହିଁକି ଘଟିଲା। କେଉଁଠି ଯାତ୍ରୀଙ୍କୁ ତ୍ରୁଟି ରହିଲା ସେ ନେଇ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.