Latest Odisha News

BREAKING NEWS

ଓଡିଶାରେ ପ୍ରଥମ ଥର ପାଇଁ ଦୁଇ ଶିଶୁ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ କରୋନା ପଜିଟିଭଙ୍କ ମଧ୍ୟରେ ଦୁଇ ଶିଶୁ । ଗୁରୁବାର ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ୪ କରୋନା ପଜିଟିଭଙ୍କ ମଧ୍ୟରେ ୫ ବର୍ଷ ଓ ୯ ବର୍ଷର ଦୁଇଜଣ ଶିଶୁ କନ୍ୟା ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଶିଶୁଙ୍କ ସମେତ କରୋନା ପଜିଟିଭ ଚିହ୍ନିତ ଜଣେ ୩୭ ବର୍ଷୀୟା ମହିଳା ଭୁବନେଶ୍ୱରର ଝାରପଡା ଅଂଚଳର ବୋଲି ଜଣାପଡିଛି । ସମସ୍ତେ ବୁଧବାର ଚିହ୍ନଟ ହୋଇଥିବା ୪୨ ନମ୍ବର କରୋନା ପଜିଟିଭଙ୍କ ନିକଟ ସମ୍ପର୍କୀୟ ବୋଲି ସରକାର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୪୨ ନମ୍ବର କରୋନା ପଜିଟିଭ ରୋଗୀ ରାଜ୍ୟରେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ପ୍ରଥମ ବ୍ୟକ୍ତି ।

ଏହି ତିନି ଜଣ ମାର୍ଚ୍ଚ ୨୨ରୁ ଏପ୍ରିଲ ୩ ଯାଏଁ ଘରେ ଥିଲା ବେଳେ ଏପ୍ରିଲ ୪ ଓ ୫ ତାରିଖରେ ୪୨ ନମ୍ବର ରୋଗୀଙ୍କୁ ଦେଖା କରିବାକୁ ଭୁବନେଶ୍ୱର ଏମ୍ସ ଯାଇଥିବା ଜଣାପଡିଛି । ଏହା ପରେ ୬ରୁ ୯ ଏପ୍ରିଲ ଯାଏଁ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ଏପ୍ରିଲ ୮ ତାରିଖରେ ୪୨ ନମ୍ବର ରୋଗୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟାରେ ଏମାନଙ୍କ ନମୁନା ପରୀକ୍ଷଣ ପାଇଁ ନିଆଯାଇଥିଲା । ଏପ୍ରିଲ ୯ ଅର୍ଥାତ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଆସିଥିବା ନମୁନା ପରୀକ୍ଷଣ ରିପୋର୍ଟରେ ଏହି ତିନି ଜଣ କରୋନା ପଜିଟିଭ୍ ରହିଥିବା ଜଣାପଡିଥିଲା ।

ଏହାପରେ ଦୁଇ ଶିଶୁଙ୍କ ସମେତ ମହିଳାଙ୍କୁ ଆଜି କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.