Latest Odisha News

BREAKING NEWS

ଅଶୁଭ ସୋମବାର: ବୌଦ୍ଧରେ ସଡ଼କ ଦୁର୍ଘଟଣାରେ ୨ ମୃତ, ୨୫ରୁ ଅଧିକ ଆହତ

ବୌଦ୍ଧ: ରାସ୍ତାରେ ଠିଆ ହୋଇଥିବା ଇନୋଭାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବୌଦ୍ଧ ଜିଲ୍ଲାର କିଆକଟା ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁର୍ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ଦୁଇ ଜଣ ।

ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ବସଟି ବୁର୍ଲାରୁ ବ୍ରହ୍ମପୁର ଯାଉଥିଲା । ଇନୋଭାକୁ ଧକ୍କା ଦେବା ପରେ ବସଟି ଓଲଟି ପଡ଼ିଲା । ଏଥିରେ ବହୁ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ୨୫ରୁ ଅଧିକ ଆହତ ହୋଇଥିବା ବେଳେ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.