Latest Odisha News

BREAKING NEWS

ନୟାଗଡ: ମାନସିକ ବିକୃତ ଯୁବକଙ୍କ ଆକ୍ରମଣରେ ୨ମୃତ, ୫ ଆହତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ମାନସିକ ଭାରସାମ୍ୟ ହରାଇଥିବା ଜଣେ ଯୁବକର ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିବା ସହ ୫ଜଣ ପୋଲିସ କର୍ମଚାରୀ ଓ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି ।

ଏହି ଘଟଣା ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରିଥିôବା ବେଳେ ଉତ୍ତେଜିତ ସ୍ଥାନୀୟ ଲୋକମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ଉକ୍ତ ଯୁବକ ଜଣଙ୍କ ଏକ ଲୁହାରଡରେ ଓଡଗାଁ ବଜାର ନିକଟରେ ଲୋଚନ ସେଠୀ ନାମକ ଜଣେ ରାତ୍ର ଜଗୁଆଳଙ୍କୁ ଅଚାନକ ଆକ୍ରମଣ କରିଥିଲା । ପରବର୍ତ୍ତୀ ସମୟରେ ନିକଟସ୍ଥ ସିନେମା ହଲ୍ ପାଖରେ ସେ ଜଣେ ମହିଳାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇପଡିଥିଲେ ।

ଆହୁରି ମଧ୍ୟ ଯୁବକକୁ ଧରିବାକୁ ଯାଇଥିବା ବେଳେ ଓଡ଼ଗାଁ ଆଇଆଇସିଙ୍କ ସମେତ ୫ଜଣ ପୋଲିସ କର୍ମୀ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଅନେକ ସମୟ ପରେ ସେମାନେ ସମ୍ପୃକ୍ତ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିବା ନେଇ ଜଣାପଡିଛି ।

ଗଣମାଧ୍ୟମକୁ ସୂଚନା ଦେଇ କିଛି ସ୍ଥାନୀୟ ଲୋକ କହିଛନ୍ତି, ଉକ୍ତ ଯୁବକ ଓଡଗାଁ ବ୍ତଲକ ଅନ୍ତର୍ଗତ ଏକ ଗ୍ରାମର ବାସିନ୍ଦା ଓ ଗତ ୩ ଦିନ ହେଲା ଯୁବକ ଜଣକ ଉକ୍ତ ଅଞ୍ଚଳରେ ଘୂରି ବୁଲୁଥିବାର ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.