Latest Odisha News

BREAKING NEWS

ଚିଲିକାରେ ଆଜିଠୁ ବାର୍ଷିକ ଡଲଫିନ ଗଣନା ଆରମ୍ଭ

ପୁରୀ : ଚିଲିକା ହ୍ରଦରେ ବାର୍ଷିକ ଡଲଫିନ ଗଣନା ଗୁରୁବାର ଦିନ ଠାରୁ ଆରମ୍ଭ ହୋଇଛି ।

ଏହି ଡଲଫିନ୍ ଗଣନା ସାମିଲ ରହିଥିବା ୧୧ଟି ଦଳରେ ୮୦ ଜଣ ବିଶେଷଜ୍ଞ ରହିଥିବା ନେଇ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଏହି ଡଲଫିନ ଗଣନାରେ ଓଡିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି), ଡବ୍ଲୁଡବ୍ଲୁଫର କର୍ମଚାରୀ, ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ଅନେକ କର୍ମଚାରୀ ମାନେ ମଧ୍ୟ ଏହି ଦଳର ଅଂଶବିଶେଷ ରହିଛନ୍ତି ।

ଏହି ଗଣନାକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଚିଲିକା ବିକାଶ ପ୍ରାଧିକରଣ (ସିଡିଏ) ପକ୍ଷରୁ ହ୍ରଦରେ ବୋର୍ଟ ଚଳାଚଳ ବନ୍ଦ ରଖିଛନ୍ତି ।

ଓଡିଶା ଉପକୂଳରେ ୪୮୦ କିମି. ପରିବ୍ୟାପ୍ତ ଅଞ୍ଚଳରେ ଥିବା ହ୍ରଦରେ ଏହି ବାର୍ଷିକ ଡଲଫିନ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଗଣନା ଅନୁଯାୟୀ ୪୫୦ ରୁ ଅଧିକ ଡଲଫିନ୍ ଓଡିଶା ଉପକୂଳରେ ଦେଖାଦେଇଛି । ମାତ୍ର ଏଥି ମଧ୍ୟରୁ ୧୬୨ଟି ଡଲଫିନ୍ ହ୍ରଦ ମଧ୍ୟରେ ଦେଖାଯାଇଥିବା ନେଇ ଗତବର୍ଷ ବାର୍ଷିକ ଡଲଫିନ୍ ଗଣନା ରିପୋର୍ଟରୁ ସୂଚନା ମିଳିଛି ।

Leave A Reply

Your email address will not be published.