Latest Odisha News

BREAKING NEWS

ଅନୁଗୁଳ: ହାତୀ ଆକ୍ରମଣରେ ୨ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ରେଞ୍ଜ ସୁଲେଇପାଳ ଅଞ୍ଚଳରେ ଶୁକ୍ରବାର ଦିନ ଏକ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

ମୃତକ ମାନେ ହେଲେ ଦେବରାଜ ସାମଲ ଏବଂ ସୁଧାକର ମହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଦେବରାଜଙ୍କୁ ହାତୀ ଆକ୍ରମଣ କରିଥିବା ବେଳେ ଜୀବନ ବିକଳରେ ସେ ଘଟଣା ସ୍ଥଳରୁ ଦୌଡ଼ି ଘରକୁ ପଳାଇ ଆସିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଗୁରୁତର ଅବସ୍ଥାରେ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କାରା ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ସୁଧାକର ଘରକୁ ଫେରି ନଥିବା ଯୋଗୁଁ ପରିବାର ଲୋକ ଖୋଜାଖୋଜି କରିଥିବାବେଳେ ଏକ ବୁଦା ମୁଳରୁ ତାଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଥିଲା । ପରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଗ୍ରାମବାସୀ ଓ ବନବିଭାଗ ଅଧିକାରୀ ସନ୍ଦେହ କରିଛନ୍ତି ।

ତେବେ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ୍ କାରଣ ଜଣା ପଡିବ ବୋଲି ବନ ବିଭାଗ ଅଧିକାରୀମାନେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.