Latest Odisha News

BREAKING NEWS

ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ବାଇକ୍, ୨ ମୃତ

ସୋନପୁର: ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ଉଫୁଲା ନାରାୟଣୀ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବିଦ୍ୟୁତ୍ ଖୁଣ୍ଟରେ ଏକ ବାଇକ୍ ପିଟିହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କମୀରା ଗାଁର ସମ୍ୱିତ ପ୍ରଧାନ (୨୧) ଏବଂ ବୁଠୀପଦର ଗାଁର ସିପକ ନାଗ (୧୮) ବୋଲି ଜଣାପଡିଛି ।

ଖବର ମୁତାବକ, ଗତକାଲି ବିଳମ୍ବିତ ରାତିରେ ଉଭୟ ସମ୍ବିତ ଓ ସିପକ ନିଜ ନିଜ କାମ ସାରି ଗୋଟିଏ ବାଇକରେ ଘରକୁ ଫେରୁଥିଲେ । ଏହି ସମୟରେ ଭାପସାମ୍ୟ ହରାଇ ବାଇକ ଟି ରାସ୍ତା କଡରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା ଫଳରେ ଉଭୟ ଗୁରୁତର ହୋଇଥିଲେ ।

ଏହାଦେଖି ସ୍ଥାନୀୟ ଲୋକେ ସମ୍ବିତ ଓ ସିପକ ଙ୍କୁ ଉଦ୍ଧାର କରି ବିରମହାରାଜପୁର ଉପ-ବିଭାଗୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇବା ପରେ ପୋଲିସ ଦୁର୍ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଘନ କୁହୁଡି କାରଣରୁ ଏପରି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.