Latest Odisha News

BREAKING NEWS

‘ପରୀକ୍ଷା ପେ’ ଚର୍ଚ୍ଚା’: ସୁବର୍ଣ୍ଣପୁରରେ ଛାତ୍ରଛାତ୍ରୀଙ୍କ ସହ ସାମିଲ ହେଲେ ରାଜ୍ୟପାଳ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ମହାମହିମ ରାଜ୍ୟପାଳ ରଘୁବର ଦାସ । ଜିଲ୍ଲାର ହରଡଖୋଲ ସ୍ଥିତ ପଥ ପାର୍ଶ୍ବ ସୁବିଧା କେନ୍ଦ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ଆଲୋଚନା କରିଥିଲେ । ପରେ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ହେଉଥିବା ‘ପରୀକ୍ଷା ପେ’ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହିତ ସାମିଲ ହୋଇଥିଲେ ।

କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ମହାମହିମଙ୍କୁ ଭବ୍ୟ ସ୍ଵାଗତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ‘ପରୀକ୍ଷା ପେ’ ଚର୍ଚ୍ଚା’ କାର୍ଯ୍ୟକ୍ରମକୁ ଦେଖିଥିଲେ । ରାଜ୍ୟପାଳଙ୍କ ସହ ଏକାଠି ବସି କାର୍ଯ୍ୟକ୍ରମ ଦେଖିଥିବା ଛାତ୍ରଛାତ୍ରୀ ମାନେ ବେଶ ଖୁସି ଅନୁଭବ କରିଛନ୍ତି ।

Leave A Reply

Your email address will not be published.