ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଳକ ଜରଡ଼ା ଥାନା ଅନ୍ତର୍ଗତ ବଣିଆବସା ନିକଟସ୍ଥ କାନକଟା ପାଖରେ ଏକ ଯାତ୍ରୀବାହୀ ବସ (ଓଆର୍୦୨ବିବି୯୭୭୭) ଶୁକ୍ରବାର ଅପରାହ୍ନରେ ଓଲଟି ପଡ଼ିଛି। ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୮ଜଣ ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେଲେ ମୋହନାର ସରସ୍ବତୀ ବାଗସିଂ (୧୬) ଓ ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତର ଅରଖପଦା ଗ୍ରାମର ସୁମତି ରଇତ (୨୮)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏହି ବସ୍ଟି ଗଞ୍ଜାମ ଜିଲାର ଜରଡ଼ା, ପାତ୍ରପୁର ଓ ତୁରୁବୁଡି ଦେଇ ଗଜପତି ଜିଲାର ସୀମାନ୍ତ ଅଞ୍ଚଳ କାନକଟା ଦେଇ ରାମଗିରି, ମଣ୍ଡଳସାହି ଓ ରାୟଗଡ଼କୁ ଯାତାୟାତ କରୁଛି। ଶୁକ୍ରବାର ଅପରାହ୍ନ ୩ଟା ବେଳେ କାନକଟା ନିକଟରେ ଥିବା ଧୋବାଲା ଘାଟି ଠାରେ କୌଣସି ଏକ କାରଣ ଯୋଗୁଁ ଦୁର୍ଘଟଣା ଘଟି ବସଟି ଓଲଟି ପଡ଼ିଥିଲା।
BREAKING NEWS
- ଲେଜର ରଶ୍ମିର କମାଲ: ପ୍ଲାଷ୍ଟିକରୁ ତିଆରି ହେଲା ହୀରା
- ସୌଭାଗ୍ୟ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ: ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଗୋବିନ୍ଦା
- ବିସିସିଆଇ ସଭାପତିଙ୍କ ବଡ଼ ବୟାନ: ବୟସ ନୁହେଁ, ଫିଟନେସ୍ ଓ ଫର୍ମ ଦେଖି ରୋହିତ-ବିରାଟଙ୍କ ଚୟନ ହେବ
- ଜନ ସମୁଦ୍ରରେ ଶେଷ ହେଲା ଯୋଡି ଛତର ଯାତ୍ରା
- ସୁବର୍ଣ୍ଣରେଖା ନଦୀରେ ଅଘଟଣ;ବୁଡିଗଲେ ୨ ଭାଇ
- Kotia Border Dispute:ଦଳ ମତ ନିର୍ବିଶେଷରେ କୋଟିଆ ପାଇଁ ଏକାଠି ହେବା ଦରକାର: ଧର୍ମେନ୍ଦ୍ର ପ୍ରଧାନ
- Raja Besha Darshan: ସୁନା ଅଳଙ୍କାରରେ ଝଲସିଲେ ମହାପ୍ରଭୁ! ଶ୍ରୀମନ୍ଦିରରେ ରାଜାଧିରାଜ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
- Bollywood Actor’s Security tightened: ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ପରେ ବଲିଉଡ୍ରେ ଛନକା! ଅଭିନେତାଙ୍କ ଘରେ ସୁରକ୍ଷା ଛାଉଣୀ, ଜୁହୁ-ବାନ୍ଦ୍ରା ଉପରେ ପୋଲିସର ତୀକ୍ଷ୍ଣ ନଜର
- Jailer 2: ରଜନୀଙ୍କ ବଡ ଫ୍ୟାନ କ୍ରିକେଟର ସଞ୍ଜୁ, ବୁକ୍ କଲେ ସମ୍ପୂର୍ଣ୍ଣ ଥିଏଟର…
- ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ପ୍ରଥମ ଟାର୍ଗେଟରେ ଥିଲେ ସଲମାନ୍ ଖାନ୍, ହେଲେ ଟାଇଗର…

Comments are closed.