Latest Odisha News

BREAKING NEWS

ରଣଜୀ ଟ୍ରଫି: ଶୁଭ୍ରାଂଶୁଙ୍କ ଶତକ, ଓଡିଶା-ୟୁପି ମ୍ୟାଚ ଡ୍ର

ମୀରଟ: ବ୍ୟାଟିଂରେ ଭଲ ପ୍ରଦର୍ଶନ ସତ୍ୱେ ଏଠାରେ ଅନୁଷ୍ଠିତ ଓଡିଶା-ଉତରପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ ଡ୍ରରେ ଶେଷ ହୋଇଛି । ପ୍ରଥମ ଇନିଂସରେ ପଛୁଆ ଥିବା ଓଡିଶା କିନ୍ତୁ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ଗତକାଲିର ଅସମାପ୍ତ ଇନିଂସ ୧୫୨/୧ରୁ ବ୍ୟାଟିଂ ଆରମ୍ଭ କରି ଓଡିଶା ୪ ୱିକେଟ ବିନିମୟରେ ୩୩୫ ରନ ସଂଗ୍ରହ କରିଥିଲା । ଫଳରେ ମ୍ୟାଚ ଡ୍ର ରହିଥିଲା । ଶୁଭ୍ରାଂଶୁ ସେନାପତି ୧୪୫ ରନର ଆକର୍ଷଣୀୟ ଇନିଂସ ଖେଳିଥିବା ବେଳେ ଅନୁରାଗ ଷଡଙ୍ଗର ୯୧ ରନ କରି ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଥିଲେ । ଗୋବିନ୍ଦ ପୋଦ୍ଦାର ୫୩ ରନ କରି ଅପରାଜିତ ରହିଥିଲେ । ସୌରଭ କୁମାର ୨ଟି ୱିକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଓଡିଶାର ପ୍ରଥମ ଇନିଂସ ୨୨୬ ରନ ଜବାବରେ ୟୁପି ୩୬୨ ରନ କରିଥିଲା ।

ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ୟୁପି ୩ ପଂଏଟ ହାସଲ କରିଛି । ଓଡିଶା ତାର ଶେଷ ମ୍ୟାଚରେ ବେଙ୍ଗଲକୁ ୨୪ରେ ଭେଟିବ । ବେଙ୍ଗଳ ୩୨ ପଂଏଟ ସହ ଶୀର୍ଷରେ ରହିଛି । ଏହା ପଛକୁ ଉତରାଖଣ୍ଡ ୨୬, ହିମାଚଳପ୍ରଦେଶ ୨୦, ବରୋଦା ୧୪, ୟୁପି ୧୨, ହରିୟାଣା ୧୨, ଓଡିଶା ୮ ଓ ନାଗାଲାଣ୍ଡ ୨ ପଂଏଟ ହାସଲ କରିଛି । ନକଆଉଟ ଦୌଡରୁ ଓଡିଶା ବାଦ ପଡି ସାରିଛି ।

Leave A Reply

Your email address will not be published.