Latest Odisha News

ବିବାଦୀୟ ପହିଲିମାନ ବ୍ରିଜ ଭୂଷଣ ଶରଣ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦେଶର ପ୍ରତିଷ୍ଠିତ ରେସଲର ଧାରଣାରେ ବସିଛନ୍ତି । ଯୌନ ନିର୍ଯ୍ୟାତନାଠାରୁ ଆରମ୍ଭ କରି ହତ୍ୟା ଧମକ ବିରୋଧରେ ସେମାନେ ଏହି ଆନ୍ଦୋଳନ କରୁଛନ୍ତି । ଆସନ୍ତୁ ଏହି ବିବାଦୀୟ ପହିଲିମାନଙ୍କ ବିବାଦ ବିଷୟରେ ଅବଗତ ହେବା ।


ସାକ୍ଷାତକାରରେ ହତ୍ୟା କରିଥିବା ମାନିଥିଲେ: ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ସାଂସଦ ବ୍ରିଜଭୂଷଣ ଏକ ସାକ୍ଷାତକାରରେ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ରବୀନ୍ଦ୍ର ନାମକ ବ୍ୟକ୍ତିଙ୍କ ପିଠିକୁ ମୁଁ ଗୁଳି କରିଥିଲି । କୋର୍ଟକୁ ଏହି ମାମଲା ଯାଇଥିଲେ ମଧ୍ୟ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।
ଷ୍ଟେଜରେ ପହିଲିମାନଙ୍କୁ ମାରିଥିଲେ ଚାପୁଡା: ୨୦୨୧ ଡିସେମ୍ବରରେ ରାଂଚୀରେ ଆୟୋଜିତ ୧୫ ବର୍ଷରୁ କମ ରେସଲିଂ ପ୍ରତିଯୋଗିତାରେ ଜଣେ ପହିଲିମାନଙ୍କୁ ଚାପୁଡା ମାରିଥିଲେ । ବୟସକୁ ନେଇ ବିବାଦ ହେବା ପରେ ପହଲିମାନଜଣଙ୍କ ଏହାକୁ ପ୍ରମାଣ କରିବା ପାଇଁ ଷ୍ଟେଜ ଉପରକୁ ଚଢ଼ିଥିଲେ । ବ୍ରିଜଙ୍କୁ ଏହା ପସନ୍ଦ ଆସି ନ ଥିଲା ସେ ୪ଟି ଚାପୁଡା ତାଙ୍କୁ ମାରିଥିଳେ ।

ଦାଉଦ ସହ ସମ୍ପର୍କ ନେଇ ଯାଇଥିଲେ ଜେଲ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସହ ସମ୍ପର୍କ ନେଇ ସେ ଜେଲ ଯାଇଛନ୍ତି । ସେ ଦାଉଦର ଜଣେ ସାଥୀକୁ ଲୁଚେଇ ରଖିବା ଅଭିଯୋଗ ଆସିଥିଲା । ଅବଶ୍ୟ ପରେ ସେ ଏଥିରୁ ମଧ୍ୟ ମୁକୁଳି ଯାଇଥିଲେ ।
ବାବା ରାମଦେବଙ୍କ ଘିଅ ନକଲି କହିଥିଲେ: ୨୦୨୨ରେ ବାରବାଙ୍କୀରେ ଏକ କାର୍ଯ୍ୟକ୍ରମରେ ସେ ବାବା ରାମଦେବଙ୍କ ଘିଅ ନକଲି ବୋଲି କହିଥିଲେ । ପତଂଜଳର ପକ୍ଷରୁ ତାଙ୍କୁ କ୍ଷମା ମାଗିବା ପାଇଁ ନୋଟିସ ଜାରୀ କରାଯାଇଥିଲା । ସେ କ୍ଷମା ମାଗି ନ ଥିଲେ ।
ଏସପି ନେତାଙ୍କ ଉପରେ ମରାଣାତ୍ମକ ଆକ୍ରମଣ: ୧୯୯୩ରେ ସମାଜବାଦୀ ପାର୍ଟିର ନେତା ବିନୋଦ ସିଂଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ପଛରେ ବ୍ରିଜ ଭୂଷଣଙ୍କ ହାତ ଥିବା ଅଭିଯୋଗ ଆସିଥିଲା । ୨୯ ବର୍ଷ କେସ ଚାଲିବା ପରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ ।
ମାୟାବତୀଙ୍କୁ ଗୋଣ୍ଡା ନାମ ବଦଳାଇ ଦେଇ ନ ଥିଲେ: ୨୦୦୪ରେ ବିଏସପିର ମୂଖ୍ୟ ସୁଶ୍ରୀ ମାୟାବତୀ ଗୋଣ୍ଡାର ନାମ ପରିବର୍ତନ କରିବେ ବୋଲି ଘୋଷଣା କରିଥିଲେ । ବ୍ରିଜଭୂଷଣ ଏହା ବିରୋଧରେ ଆନ୍ଦୋଳନ କରିଥିଲେ । ଶେଷରେ ନାମ ବଦଳି ନ ଥିଲା ।

Leave A Reply

Your email address will not be published.