Latest Odisha News

ଘାଟି ତଳକୁ ଖସି ପଡିଲା ଟ୍ରକ୍, ୨ ମୃତ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ନିକଟରେ ସୋମବାର ଦିନ ଏକ ଟ୍ରକ୍ ଘାଟି ତଳକୁ ଖସି ପଡିବା ଫଳରେ ପ୍ରାୟ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ଏକ ଲୁହା ବୋଝେଇ ଟ୍ରକ୍ ଚଣ୍ଡିଗଡରୁ କୋଲକାତା ଅଭିମୁଖେ ଯାଉଥିବାବେଳେ ଏହି ମର୍ମନ୍ତୁଦ ଅଘଟଣ ଘଟିଛି ।

ଏହି ଦୁର୍ଘଟଣାରେ ଟ୍ରକରେ ଥିବା ୩ ଜଣ ବ୍ୟକ୍ତିଙ୍କ ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ପରେ ଅନ୍ୟ ଜଣେ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

Leave A Reply

Your email address will not be published.