Latest Odisha News

BREAKING NEWS

ବିଦ୍ୟୁତ୍ ଆଘାତରେ ଜଳିଗଲେ ୨ ଶ୍ରମିକ

କାମାକ୍ଷାନଗର: ଚାଲିଥିଲା ଘର ତିଆରି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୨ ଶ୍ରମିକ । ଏଭଳି କିଛି ଅଭାବବନୀୟ ଘଟଣା ଘଟିଛି ଢେଙ୍କାନାଳ ତୁମୁସିଂହା ଥାନା ଆଲୁଅଝରଣ ଗାଁରେ । ଗାଁରେ ଏକ ଘରର କାମ ଚାଲିଥିବା ବେଳେ ଛାତ ପକାଇବା ପାଇଁ ରଡ୍ ବାନ୍ଧିବା ବେଳେ ଘଟିଛି ଏ ଅଘଟଣ । ଗୁରୁତର ୨ ଶ୍ରମିକଙ୍କୁ କାମାକ୍ଷାନଗର ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନାଯୋଗ୍ୟ, ଢେଙ୍କାନାଳ କାମାକ୍ଷନଗରରେ ଆଲୁଅଝରଣ ଗାଁରେ ଏକ ଘରର ନିର୍ମାଣ କାମ ଚାଲିଥିବା ବେଳେ ୧୧ କେବି ବିଦ୍ୟୁତ୍ ଆଘାତରେ ସେଠି କାମ କରୁଥିବା ଦୁଇ ଶ୍ରମିକ ଜଳିଯାଇ ଗୁରୁତର ଆହତ ହୋଇଛନ୍ତି । ବିଦ୍ୟୁତ ଆଘାତରେ ଦୁଇ ଜଣଙ୍କର ପ୍ରାୟ ଅଧା ଶରୀର ଜଳିଯାଇଥିବା ସୂଚନା ମିଳୁଛି । ଏହା ପରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗରୁତର ହେବାରୁ ସେମାନଙ୍କୁ କଟକ ଏସସିବି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

 

Leave A Reply

Your email address will not be published.