Latest Odisha News

BREAKING NEWS

ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ନେଇ ବଢୁଛି ଉତ୍କଣ୍ଠା, ଦିଲ୍ଲୀରୁ ଫେରି କିଛି ଏମିତି କହିଲେ ସୁରେଶ ପୂଜାରୀ…….

ଭୁବନେଶ୍ବର: ରବିବାର ସରିଯାଇଛି ମୋଦୀ ସରକାରଙ୍କ ତୃତୀୟ ପାଳି ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ । ଏହାରି ଭିତରେ ଓଡିଶାର ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ନିଯୁକ୍ତ ହୋଇଛନ୍ତି ଦୁଇଜଣ ପର୍ଯ୍ୟବେକ୍ଷକ । ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ବିଜେପି ସଂସଦୀୟ ବୋର୍ଡ। ଆସନ୍ତା ୧୧ ତାରିଖରେ ଓଡିଶା ଆସି ଚୟନ କରିବେ ମୋଦି ସରକାରଙ୍କର ପ୍ରଥମ ଓଡିଶା ମୁଖ୍ୟମନ୍ତ୍ରୀ । ଏବେ ଖାଲି ଅପେକ୍ଷା କିଏ ହେବ ଓଡିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ବଢି ଚାଲିଛି ଉତ୍କଣ୍ଠା ।

ଏହାରି ମଧ୍ୟରେ ଗତକାଲି ଦିଲ୍ଲୀରେ ଶପଥ ଗ୍ରହଣ ଉତ୍ସବ ପରେ ଆଜି ଓଡିଶା ଫେରିଛନ୍ତି ବିଜେପି ବିଧାୟକ ସୁରେଶ ପୂଜାରୀ । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ, ମୁଖ୍ୟମନ୍ତ୍ରୀ କିଏ ହେବେ ପ୍ରଶ୍ନରେ ସେ କହିଛନ୍ତି, ପର୍ଯ୍ୟବେକ୍ଷକ ଭାବେ ରାଜନାଥ ସିଂହ, ଭୁପେନ୍ଦ୍ର ଯାଦବ ୧୧ରେ ଓଡିଶା ଆସିବେ । ଏହାପରେ ସମସ୍ତ ବିଧାୟକଙ୍କୁ ନେଇ ଦଳ ବୈଠକ ବସିବ । ବୈଠକରେ ଆଲୋଚନା ପରେ ଦଳୀୟ ନିଷ୍ପତ୍ତି ନିଆଯିବ । ଆହୁରି ମଧ୍ୟ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ, ଘୋଷଣାକୁ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ସୂରେଶ ପୂଜାରୀ ।

ତେବେ ଆସନ୍ତା ୧୨ ତାରିଖରେ ଜନତା ମଇଦାନରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ଜାରି ରହିଛି ସସ୍ପେନ୍ସ  । କିଏ ହେବ ଓଡିଶାର ଆଗାମୀ ମୁଖ୍ୟମନ୍ତ୍ରୀ ତଥା ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ଅନେକଙ୍କ ନାଁ ଚର୍ଚ୍ଚାରେ ରହିଛି । ପ୍ରଥମେ ମନମୋହନ ସାମଲ, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାଁ ଚର୍ଚ୍ଚାରେ ରହିଥିବା ବେଳେ ଗତକାଲି କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ତେଣୁ ମୁଖ୍ୟମନ୍ତ୍ରୀ ରେସରୁ ସେ ବାଦ୍ ପଡିଛନ୍ତି । ଆହୁରି ମଧ୍ୟ ଏବେ ଅନେକ ନୂଆ ଚେହେରାଙ୍କ ନାଁ ମୁଖ୍ୟମନ୍ତ୍ରୀ ତାଲିକାରେ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରେ ସୁରେଶ ପୂଜାରୀ, କେ ଭି ସିଂଦେଓ, ଜୟନାରାୟଣ ମିଶ୍ର, ସୁରମା ପାଢୀ, ପୃଥୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ବାବୁ ସିଂ ଓ ପ୍ରଭାତୀ ପରିଡା ଇତ୍ୟାଦିଙ୍କ ନାଁ ଚର୍ଚ୍ଚାରେ ରହିଛି ।

Leave A Reply

Your email address will not be published.