Latest Odisha News

ଗାତ ଖୋଳୁଥିବାବେଳେ କାନ୍ଥ ପଡ଼ି ୨ ଶ୍ରିମିକ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ବିବେକାନନ୍ଦନଗରରେ ଅଘଟଣ । ଗାତ ଖୋଳୁଥିବା ବେଳେ ଶ୍ରମିକଙ୍କ ଉପରେ ପଡ଼ିଯିବା ଫଳରେ ୨ ଶ୍ରମିକ ଚାପି ହୋଇ ରହି ଯାଇଥିଲେ । ପରେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଶ୍ରମିକମାନେ ବୀରମହାରାଜପୁର ବ୍ଲକର ବଡ଼ଖମାର ଗ୍ରାମର ବୋଲି ସୂଚନା ମିଳିଛି । ସେଠାରେ ମୋଟ ୫ ଜଣ ଶ୍ରମିକ କାମ କରୁଥିବାବେଳେ ଜଣେ ମହିଳା ଶ୍ରମିକ ଦୂର୍ଲଭା ମିର୍ଦ୍ଧା ଓ ଜଣେ ପୁରୁଷ ଶ୍ରମିକ ମୁନୁ ମିର୍ଦ୍ଧାଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଜଣେ ସ୍ଥାନୀୟ ଲୋକ ନିଜ ଘର ନିକଟରେ ବାଡ଼ ଦେବା ପାଇଁ ଶ୍ରମିକଙ୍କୁ ନେଇ ଗାତ ଖୋଳାଉଥିଲେ । ନିକଟରେ ଥିବା ପୁରୁଣା କାନ୍ଥ ବାଡ ଟି ଢଳି ପଡ଼ିଥିଲା । ଫଳରେ ସେହି ଗାତ ଭିତରେ ଦୁଇ ଜଣ ଶ୍ରମିକ ପୋତି ହୋଇ ଯାଇଥିଲେ । ଏନେଇ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିବା ବେଳେ ଦମକଳ ବାହିନୀ ଆସି ବହୁ କଷ୍ଟରେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ଡ଼ାକ୍ତରଖାନାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Comments are closed.