Latest Odisha News

BREAKING NEWS

ମନେପଡ଼ିଯାଉଛି ସେ କରାଳ ଦିନ, ସମାନ ଦିନରେ ପୁଣି ଆଉ ଏକ ଟ୍ରେନ ଦୁର୍ଘଟଣା

ଫତେହଗଡ: ଆଜି କରମଣ୍ଡଳର ସେ କରାଳ ରାତିକୁ ବର୍ଷେ ପୂରିଲା । ଠିକ୍ ସେହି ସମାନ ଦିନରେ ପୁଣି ଆଉ ଏକ ବଡ ଟ୍ରେନ୍‌ ଦୁର୍ଘଟଣା। ଅତ୍ୟନ୍ତ ମର୍ମନ୍ତୁଦ ହୋଇଥିଲେ ମଧ୍ୟ ଭାଗ୍ୟବଶତଃ ବଞ୍ଚିଯାଇଥିଲେ ୫୦୦ ଯାତ୍ରୀ । ପଞ୍ଜାବର ଫତେହଗଡ ସାହିବର ସରହିନ୍ଦର ମାଧୋପୁର ନିକଟରେ ଦୁଇଟି ମାଲବାହୀ ଟ୍ରେନ୍ ପରସ୍ପର ସହ ଧକ୍କା ହୋଇଥିବା ସହ ଏକ ଯାତ୍ରୀବାହୀ ଟ୍ରେନ୍ ଉପରେ ଚଢିଯାଇଛି ମାଲବାହୀ ଟ୍ରେନ୍ । ଫଳରେ ଦୁଇ ଟ୍ରେନ୍ର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଶ୍ରୀ ଫତେହଗଡ ସାହିବ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ରାଜିନ୍ଦର ହସ୍ପିଟାଲ ପଟିଆଲାକୁ ସ୍ଥାନାନ୍ତରିତ କରାଯାଇଛି।

ସେପଟେ ଦୁର୍ଘଟଣାସ୍ଥଳର ଭିଡିଓ ଓ ଫଟୋ ଏବେ ସାମ୍ନାକୁ ଆସିଛି। ବିଚ୍ଛିନ୍ନ ହୋଇ ପଡିଛି ଦୁଇଟି ମାଲବାହୀ ଟ୍ରେନ୍ । ଯାହାର ଫଟୋ ସେ ଦିନର ସେ କରାଳ ରାତିର ଦୃଶ୍ୟକୁ ତାଜା କରିଦେଉଛି । ଜୁନ୍ ୨, ୨୦୨୩ ଶନିବାର, ଆଜିର ହିଁ ଦିନରେ ନିଜର ଗନ୍ତବ୍ୟ ସ୍ଥଳ ଲକ୍ଷରେ କରମଣ୍ଡଳ ଯୋଗେ ବାହାରିଥିଲେ ହାଜାର ହଜାର ଯାତ୍ରୀ । କିନ୍ତୁ କିଏ ଜାଣିଥିଲା ସେମାନଙ୍କ ମଧ୍ୟରୁ କେତେକଙ୍କର ଏହା ଶେଷ ଯାତ୍ରା ଥିଲା ବୋଲି । ବାଲେଶ୍ବର ଜିଲ୍ଲା ବାହାନଗାରେ ଘଟିଥିଲା ସିରିଜ୍ ଟ୍ରେନ୍ ଟ୍ରାଜେଡି । ଯେଉଁଥିରେ ୨୯୬ ଜଣଙ୍କର ମୃତ୍ୟୁ ଘଟିଥିଲା । ଆଜି ବି ତାଙ୍କୁ ଝୁରୁଛି ମାଟି, ମା ଓ ପରିବାର । କେତେକଙ୍କର ତ ଠିକଣା ନମିଳିବାରୁ ତାଙ୍କର ସଂସ୍କାର କଲା ବିଏମସି । ସେହି ସମାନ ଦିନରେ ଆଉ ଏକ ଟ୍ରେନ୍ ଦୁର୍ଘଟଣା । ଉଭୟ ଟ୍ରେନ୍‌ ପୂରାପୁରି କ୍ଷତିଗ୍ରସ୍ତ ହୋଇ ପଡିଛି। ଖାଲି ଯାହା ଭଗବାନ ଚାହିଁଛନ୍ତି ଏହା ଯାତ୍ରୀବାହୀ ସହ ବାଡେଇ ହୋଇଥିଲେ ମଧ୍ୟ କୌଣସି କ୍ଷତି କରିନାହିଁ । ଯାହା ଫଳରେ ଏହା ଭିତରେ ଥିବା ୫୦୦ ଯାତ୍ରୀ ସୁରକ୍ଷିତ ଅଛନ୍ତି ।  କିନ୍ତୁ ଟ୍ରେନଗୁଡିକର ଅବସ୍ଥାକୁ ଦେଖିଲେ ଏହା ଅନୁମାନ କରାଯାଇପାରେ ଯେ ଦୁର୍ଘଟଣା ଯେ କେତେ ଭୟଙ୍କର ଥିଲା। ଉଭୟ ଟ୍ରେନ୍‌ ଧକ୍କା ପରେ ଓଲଟି ପଡିଛି । ତେବେ ଏଥିରେ ଡ୍ରାଇଭର ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା କରାଯାଉଛି ।

Comments are closed.