Latest Odisha News

ଜୟାଢ଼ାବାରେ ମଟନ ଖାଇବା ଘଟଣା: କାହିଁକି ନଣ୍ଡା ହେଲେ ୨ ବ୍ୟକ୍ତି

ପୁରୀ: ଜୟାଢ଼ାବାରେ ମଟନ ଖାଇବା ନେଇ ୨ ଜଣ ବ୍ୟକ୍ତି ପବିତ୍ର ପୁଷ୍କରିଣୀରେ ନଣ୍ଡା ହୋଇଛନ୍ତି। ମଟନ ନାଁରେ ଜୟାଢ଼ାବାରେ ଗୋମାଂସ ପରଷା ଯାଉଥିବା ଅଭିଯୋଗ ପରେ ଏଭଳି କରିଛନ୍ତି ଦୁଇ ଜଣ ବ୍ଯକ୍ତି।

ତେବେ ଗତ କିଛିଦିନ ତଳେ ସୋସିଆଲ ମିଡ଼ିଆରେ ଜଣେ ଯୁବକଙ୍କ ଭିଡିଓ ଭାଇରାଲ ହୋଇଥିଲା। ସେହି ଭାଇରାଲ ଭିଡ଼ିଓରେ ସାକ୍ଷୀଗୋପାଳ ଜୟା ଢାବାରେ ମଟନ ନାଁରେ ଗୋ ମାଂସ ବିକ୍ରି ହେଉଥିବା କୁହାଯାଉଥିଲା। ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଅଜାଣତେ ଅନେକ ଲୋକ ଜୟା ଢାବାରେ ଖାଇ ନିଜକୁ ପାପି ମନେ କରୁଥିବାବେଳେ ଆଜି ୨ ଜଣ ବ୍ୟକ୍ତି ଶ୍ରୀକ୍ଷେତ୍ର ଆସି ନରେନ୍ଦ୍ର ପୁଷ୍କରିଣୀର ମୁଣ୍ଡନ ହୋଇଛନ୍ତି।

ସେପଟେ ସତ୍ୟବାଦୀ ଜୟା ହୋଟେଲରେ ମଟନ ତରକାରୀ ସହିତ ଗୋମାଂସ ମିଶାଇ ବିକ୍ରି ଅଭିଯୋଗ ଘଟଣା‌ ଉପରେ ପୁରୀ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି। ଖାଦ୍ୟ ନମୁନା ଯାଞ୍ଚ ରିପୋର୍ଟ ଏପର୍ଯ୍ୟନ୍ତ ପ୍ରଶାସନ ନିକଟରେ ହସ୍ତଗତ ହୋଇନାହିଁ ବୋଲି ସେ କହିଛନ୍ତି।‌ ସମ୍ପୃକ୍ତ ହୋଟେଲକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି।

ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ସ୍ଥାନରେ ବିଏନଏନଏସ୍ ର ଧାରା ୧୬୩ ଲାଗୁ ହୋଇଛି। ଅନ୍ୟାନ୍ୟ ହୋଟେଲ ଓ ଢାବା ଗୁଡିକରେ ମଧ୍ୟ ଫୁଡ୍ ଇନ୍ସପେକ୍ଟରଙ୍କ ପକ୍ଷରୁ ଚଢାଉ ଜାରି ରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Comments are closed.