Latest Odisha News

BREAKING NEWS

ଜରୁରୀକାଳୀନ ମରାମତି ପାଇଁ ଦୁଇଟି ମେମୁ ଟ୍ରେନ ବାତିଲ

ଭୁବନେଶ୍ୱର: ଜରୁରୀକାଳୀନ ମରାମତି ପାଇଁ ଆସନ୍ତାକାଲିଠାରୁ ଦୁଇଟି ମେମୁ ଟ୍ରେନ ବାତିଲ ରହିବ। ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଉଭୟ ଦିଗରକୁ ବାତିଲ ରହିବ। ୦୮୪୪୧/୦୮୪୪୨ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଉଭୟ ପାର୍ଶ୍ୱରୁ ସେପ୍ଟେମ୍ବର ୧୯ ତାରିଖ ଠାରୁ ୨୨ ତାରିଖ ମଧ୍ୟରେ ବାତିଲ ରହିବ।

ସେହିପରି ୦୮୪୪୩ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ମେମୁ ଭୁବନେଶ୍ୱରଠାରୁ ସେପ୍ଟେମ୍ବର ୧୯ ତାରିଖ ଠାରୁ ୨୨ ତାରିଖ ମଧ୍ୟରେ ବାତିଲ ରହିବ। ୦୮୪୪୪ ପଲାସା-ଭୁବନେଶ୍ୱର-ପଲାସା ମେମୁ ପଲାସାଠାରୁ ସେପ୍ଟେମ୍ବର ୨୦ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ। ମେମୁ ଟ୍ରେନ ଗୁଡିକର ଜରୁରୀକାଳୀନ ମରାମତି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

 

Leave A Reply

Your email address will not be published.