Latest Odisha News

BREAKING NEWS

ପ୍ରଭାସ ଅଭିନୀତ କଲକି ୨୮୯୮ ଏଡିର ଫଟୋ ଲିକ, ଆଇନର ଆଶ୍ରୟ ନେଲେ ମେକର୍ସ

ମାଡ୍ରାସ: ଫିଲ୍ମ ମେକର୍ସ ପାଇରେସି ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ସାଇ-ଫାଇ ଥ୍ରୀଲର କଲକି ୨୮୯୮ ଏଡିରେ ପ୍ରଭାସଙ୍କ ଫଟୋ ଲିକ ହୋଇଛି । ମେକର୍ସ ଏ ନେଇ ଆଇନର ଆଶ୍ରୟ ନେଇଛନ୍ତି । ନାଗ ଅଶ୍ୱୀନ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସଙ୍କ ଲୁକକୁ ଆରମ୍ଭରୁ ଗୁପ୍ତ ରଖିବା ପାଇଁ ନିଷ୍ପତି ନିଆଯାଇଛି । ଏହାର ଫଟୋ ଲିକ ହେବା ପଛରେ ଏହି ଫିଲ୍ମ ସହିତ ଜଡିତ ଥିବା ବ୍ୟକ୍ତିଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଖୁବ ଶୀଘ୍ର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପ୍ରଭାସଙ୍କ ଲୁକ ଏହି ଫିଲ୍ମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହା ଲିକ ହେଲେ ଦର୍ଶକମାନେ ପସନ୍ଦ କରିବେ ନାହିଁ ବୋଲି ମେକର୍ସଙ୍କ ପକ୍ଷରୁ କୁ ହାଯାଇଛି ।

BjdElectrycity

ଏହା ପୂର୍ବରୁ ରାମଚରଣ ଅଭିନୀତ ଗେମ ଚେଞ୍ଜର୍ସର କେତେକ ଫୁଟେଜ ଲିକ ହୋଇଥିଲା । ମେକର୍ସ ଅଭିଯୁକ୍ତଙ୍କ ବିରୋଧରେ କେସ ରୁଜୁ କରିଥିଲେ । ପାଇରେସୀ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ କ୍ଷତି ହେଉଛି । ଏଥିପାଇଁ କଡା ପଦକ୍ଷେପ ଗ୍ରହଣ କରିବାର ସମୟ ଉପନୀତ ହୋଇଛି ବୋଲି ନିର୍ମାତାମାନେ କହିଛନ୍ତି ।

Leave A Reply

Your email address will not be published.