ବାଲେଶ୍ୱର: ଜଳେଶ୍ବର ଥାନା ଚାଲନ୍ତି ଗାଁରେ ଅଘଟଣ। ନିଆଁ ପୁଉଁଥିବା ବେଳେ ଚୁଲିରେ ପଡ଼ି ଦୁଇ ମାସର ଶିଶୁ ଗୁରୁତର। ଅସାବଧାନତାବଶତଃ ଏଭଳି ଅଘଟଣଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅଧୀନରେ ଥିବା ଚାଲନ୍ତି ଗ୍ରାମରେ ଏହି ଘଟଣା ଘଟିଛି।
ନିଆଁ ପୁଉଁଥିବାବେଳେ ମାଆ କୋଳରୁ ଖସିପଡ଼ିଲା ଦୁଇ ମାସର ଶିଶୁ । ନିଆଁ ଝୁଲରେ ପଡ଼ି ଶିଶୁ ପୁତ୍ର ଗୁରୁତର । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଚାଲନ୍ତି ଗାଁରେ ଅଭାବନୀୟ ଘଟଣା । ଗୁରୁତର ଶିଶୁକୁ ପ୍ରଥମେ ଜଳେଶ୍ବର ହସପିଟାଲ ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି ।
ପ୍ରବଳ ଶୀତ ଦାଉ ରୁ ରକ୍ଷା ପାଇବା ପାଇଁ ତାରନ ହେମ୍ବ୍ରମଙ୍କ ପରିବାର ସଦସ୍ଯ ଅଗଣାରେ ଥିବା ଚୁଲିରେ ନିଆଁ ଲଗାଇ ପାଖରେ ବସିଥିଲେ । ତାରନଙ୍କ ସ୍ତ୍ରୀ ମଧ୍ୟ ଛୁଆକୁ ଧରି ଚୁଲି ପାଖରେ ବସିଥିବା ସମୟରେ ମାଆର ଅସାବଧାନତା ବଶତଃ ପିଲାଟି ଚୁଲିରେ ପଡି ଯାଇଥିଲା । ତୁରନ୍ତ ଚୁଲି ଭିତରୁ ପିଲାକୁ ପରିବାର ଲୋକେ ଉଦ୍ଧାର କରିଥିଲେ । ଶିଶୁ ଶରୀରର ଅର୍ଦ୍ଧାଧିକ ଅଂଶ ପୋଡି ଯାଇଛି ।
Comments are closed.