Latest Odisha News

BREAKING NEWS

ଶହେ ଡେଇଁଲା ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳୁ ୧୩୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୭ ଜଣ ଖୋର୍ଦ୍ଧା ଜିଲ୍ଲାର । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜିଲ୍ଲାର ୧୭ ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ଭୁବନେଶ୍ୱରର ରହିଛନ୍ତି । ଭୁବନେଶ୍ୱର ଆପୋଲୋ ହସପିଟାଲର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୫ ବର୍ଷିୟ ଏହି ଆକ୍ରାନ୍ତ ଯୁବକଙ୍କ ସମ୍ପର୍କୀୟ ନିକଟରେ ସୁରତରୁ ଫେରିଥିଲେ ।

ସେହିପରି ଅନ୍ୟ ଜଣେ ଆକ୍ରାନ୍ତଙ୍କ ବୟସ ୬୭ ବର୍ଷ । ନୟାପଲ୍ଲୀ ଶ୍ରୀରାମ ବିହାରର ଏକ ଆପାର୍ଟମେଂଟରେ ରହୁଥିବା ଏହି ବୃଦ୍ଧ ହୋମ୍ କ୍ୱାରେଂଟିନରେ ଥିଲେ । ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେପଟେ ଆଜି ଭୁବନେଶ୍ୱରର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୩୦ ବର୍ଷିୟ ଏହି ଯୁବକ କଳିଙ୍ଗ ବିହାର ଅଂଚଳର ବୋଲି ଜଣାପଡିଛି ।

ଆଜିର ଆକ୍ରାନ୍ତକୁ ମିଶାଇ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଛି । ଏଯାଏ ୧୦୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୪୨ ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.