Latest Odisha News

BREAKING NEWS

ଆଜି ସନ୍ଧ୍ୟା ସୁଦ୍ଧା ଏହିସବୁ ଜିଲ୍ଲାକୁ ରହିଛି ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସଦ୍ୟତମ ସତର୍କ ସୂଚନାନୁଯାୟୀ ରାଜ୍ୟର ୨୨ଟି ଜିଲ୍ଲାରେ ବଜ୍ରପାତ ସହିତ ହେବ ସାମାନ୍ୟରୁ ମଧ୍ୟମ ଧରଣର ଝଡ଼ବର୍ଷା ।

ଅଧିକ ପଢନ୍ତୁ – ଓଡିଶାରେ ପ୍ରବେଶ କଲା ଦକ୍ଷିଣ-ପଶ୍ଚିମ ମୌସୁମୀ: ପାଣିପାଗ ବିଭାଗ

ଏହି ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୩୦ରୁ ୪୦ କିଲୋମିଟର୍ ବେଗରେ ପବନ ବହିବାର ସମ୍ଭାବନା ରହିଥିବାର ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।

ଯେଉଁ ୨୨ଟି ଜିଲ୍ଲାରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବ ସେହି ଜିଲ୍ଲା ଗୁଡ଼ିକ ହେଲା – ବାଲେଶ୍ୱର, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ନବରଙ୍ଗପୁର, ଗଜପତି, ମୟୂରଭଞ୍ଜ, ପୁରୀ, ଯାଜପୁର, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା (ଭୁବନେଶ୍ୱର ସମେତ), କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଦେଓଗଡ଼, କଟକ (କଟକ ସହର ସମେତ), ସମ୍ବଲପୁର, କୋରାପୁଟ, ସୁନ୍ଦରଗଡ଼ ଏବଂ ରାୟଗଡ଼ା ଜିଲ୍ଲା ।

 

Leave A Reply

Your email address will not be published.