Latest Odisha News

BREAKING NEWS

ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୃତକଙ୍କ ସଂଖ୍ୟା ୨୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ଆଉ ଦୁଇଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୨୫ରେ ପହଞ୍ଚିଛି।

ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଏହି ମୃତକମାନେ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ଉଭୟ ମହିଳା ହୋଇଥିବା ବେଳେ ଦୁହିଁଙ୍କ ବୟସ ଯଥାକ୍ରମେ ୪୮ ଓ ୩୯ ବର୍ଷ ବୋଲି ଜଣାପଡିଛି।

ଅପରପକ୍ଷରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଏହି ଦୁଇ ଜଣଙ୍କର ଦେହାନ୍ତ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ କିଡନୀ ଜନିତ ରୋଗରେ ପିଡିତ ଥିଲେ।

ଉଲ୍ଲେଖଯୋଗ୍ୟ, କରୋନା ହଟସ୍ପଟ୍ ବୋଲାଉଥିବା ଗଞ୍ଜାମରେ ପୂର୍ବରୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ୪, ବରଗଡ ୧ ଓ ପୁରୀରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

Comments are closed.