Latest Odisha News

BREAKING NEWS

ପଙ୍ଗପାଳଙ୍କ ଉପରେ ହେଲିକପ୍ଟରରୁ ସିଞ୍ଚନ କରାଯିବ କୀଟନାଶକ

ନୂଆଦିଲ୍ଲୀ: ତ୍ତତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଉପଦ୍ରବ ଚଳାଇଛନ୍ତି ପଲ ପଲ ପଙ୍ଗପାଳ । କେଇ ଘଣ୍ଟା ଭିତରେ ଏକର ଏକର ଫସଲ ଖାଇ ସଫା କରି ଦେଉଛନ୍ତି । ଏଭଳି ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଆଜି ଆକାଶମାର୍ଗରୁ ସେମାନଙ୍କ ଉପରେ କୀଟନାଶକ ସିଞ୍ଚନ କରାଯିବ ।

ହେଲିକପ୍ଟର ଯୋଗେ ପଙ୍ଗପାଳଙ୍କ ଉପରେ ପକାଯିବ ଔଷଧ । ଆଜି ଦିଲ୍ଲୀ ଏନସିଆର ସ୍ଥିତ ଗ୍ରେଟର ନୋଏଡା ହେଲିପ୍ୟାଡରୁ କୀଟନାଶକ ପକାଇବା କାମରେ ନିୟୋଜିତ ହେଲିକପ୍ଟର ଉଡ଼ାଣ ଭରିବ । ଏତିକିବେଳେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ଓ ପୁରୁଷୋତ୍ତମ ରୂପାଲା ଉପସ୍ଥିତ ରହିବେ ।

ପଙ୍ଗପାଳଙ୍କ ମୁକାବିଲାକୁ ଗମ୍ଭୀରତାର ସହ ନେଇଛନ୍ତି ସରକାର । ବଡ଼ ବଡ଼ ଗଛ ଓ ଦୁର୍ଗମ ଅଞ୍ଚଳରେ ପଙ୍ଗପାଳଙ୍କ ଉପରେ ଡ୍ରୋନ୍ ସହାୟତାରେ କୀଟନାଶକ ପକାଯାଉଛି । ଏହାସହ ଏବେ ହେଲିକପ୍ଟରର ବି ସହାୟତା ନିଆଯାଉଥିବା କେନ୍ଦ୍ର କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ଅଭିଯାନକୁ ତ୍ୱରାନ୍ୱିତ କରୁଛନ୍ତି କେନ୍ଦ୍ର ସରକାର ।

Leave A Reply

Your email address will not be published.