ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ରବିବାର ଦିନ ଆଉ ୨ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।
ମିଳିଥିବା ସୂଚନାନୁଯାୟୀ ବର୍ଷା ଯୋଗୁଁ ଆଜି ସକାଳ ୭ଟା ସୁଦ୍ଧା ଏହି ଜଳଭଣ୍ଡାରର ଜଳସ୍ତର ୬୨୦.୧୭ ଫୁଟକୁ ଛୁଇଁଥିଲା । ଏହା ମଧ୍ୟକୁ ସେକେଣ୍ଡ ପିଛା ୧,୫୧,୨୨୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୯୬,୦୦୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।
ଆହୁରି ମଧ୍ୟ ବର୍ତ୍ତମାନ ସମୟରେ ପ୍ରାୟ ୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ଜଳ ନିଷ୍କାସନ ଲାଗି ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଳଭଣ୍ଡାରର ୨୦ଟି ସୁଇସ୍ ଗେଟ୍ ଖୋଲାଯାଇଥିଲା । ପରବର୍ତ୍ତୀ ସମୟରେ ସେଥିମଧ୍ୟରୁ ୧୦ଟି ଗେଟକୁ ବନ୍ଦ କରିଦିଆଯାଇଥିଲା । ସେହିପରି ଶନିବାର ଦିନ ତନ୍ମଧ୍ୟରୁ ଆଉ ୫ଟି ଗେଟକୁ ବନ୍ଦ କରାଯାଇଥିଲା।
Comments are closed.