Latest Odisha News

BREAKING NEWS

ହୀରାକୁଦରେ ଖୋଲିଲା ଆଉ ୨ଟି ଗେଟ୍, ୮ଟି ଫାଟକ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ଉପର ମୁଣ୍ଡରେ ଜାରି ରହିଛି ବର୍ଷା । ଏନେଇ ଗତ ୨୭ ତାରିଖରେ ବନ୍ଦ ହୋଇଥିବା ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍ ରୁ ପୁଣି ଆଉ ଦୁଇଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ଖୋଲାଯାଇଥିବା ୬ଟି ଗେଟକୁ ମିଶାଇ ବର୍ତ୍ତମାନ ମୋଟ ୮ଟି ଫାଟକ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ଆସନ୍ତା ୧ ତାରିଖରେ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ଷା ପରିମାଣ ବୃଦ୍ଧି ପାଇଲେ ଆଉ ଅଧିକ ଗେଟ୍ ଖୋଲାଯାଇପାରେ ବୋଲି କୁହାଯାଇଛି ।

ସେପଟେ, ବଙ୍ଗୋପସାଗରରେ ନୂଆ ଲଘୁଚାପ ସୃଷ୍ଟି ହେବାରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସୂଚନା ରହିଛି ।

Comments are closed.