କଟକ: ବୁଧବାର ଓଡିଶା ହାଇକୋର୍ଟରେ ପଦ୍ମଶ୍ରୀ ବିବାଦ ମାମଲାର ଅନ୍ତ ଘଟିଛି । ମାମଲା ଖାରଜ ସହ ଆବେଦନକାରୀଙ୍କୁ ୧୦ ହଜାର ତଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆବେଦନ ଅନୁସାରେ ଆବେଦନକାରୀ ଉପଯୁକ୍ତ ତଥ୍ୟ ଦେଇପାରି ନ ଥିଲେ । ସେହି କାରଣରୁ ଅଦାଲତର ସମୟ ନଷ୍ଟ କରିଥିବାରୁ ତଣ୍ଡ ଗଣିବାକୁ ନିର୍ଦ୍ଦେଶ । ତେଣୁ ଆଇନଜୀବୀ କଲ୍ୟାଣ ପାଣ୍ଠିରେ ଜରିମନା ରାଶିକୁ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ସୂଚନାଯୋଗ୍ୟ, ୨୦୨୩ରେ ପଦ୍ମଶ୍ରୀ ପୁରସ୍କାର ପାଇଁ ଢେଙ୍କାନାଳର ସୁନାମଧନ୍ୟ ସାରସ୍ୱତ ସାଧକ ଅନ୍ତର୍ଯାମୀ ମିଶ୍ର ଚୟନ ହୋଇଥିଲେ । କିନ୍ତୁ ସମାନ ନାମରେ ଭୁବନେଶ୍ୱର ବ୍ରହ୍ମେଶ୍ବର ପାଟଣା ବାସିନ୍ଦା, ଯିଏକି ଜଣେ ଡାକ୍ତର, ନିଜକୁ ଏହି ପଦ୍ମଶ୍ରୀ ପୁରସ୍କାର ପାଇଁ ଦାବିଦାର ବୋଲି କହି ହାଇକୋର୍ଟରେ ମାମଲା ଦାୟର କରିଥିଲେ ।
ଆବେଦନକାରୀ ଜଣକ ଓଡ଼ିଆ ଓ ଅନ୍ୟ ଭାରତୀୟ ଭାଷାରେ ୨୯ଟି ବହି ରଚନା କରିଛନ୍ତି । ସାହିତ୍ୟ ପ୍ରତି ଅବଦାନ ପାଇଁ ତାଙ୍କ ନାଁ ୨୦୨୩ରେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲା ବୋଲି ନିଜ ଆବେଦନରେ କହିଥିଲେ, ହେଲେ କୌଣସି ଆବଶ୍ୟକୀୟ ତଥ୍ୟ କୋର୍ଟରେ ଦାଖଲ କରି ପାରି ନଥିବାରୁ ବୁଧବାର ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ ।
Comments are closed.