Latest Odisha News

BREAKING NEWS

ରାଶନ କାର୍ଡରେ ଦତା ଟାଇଟଲ ବଦଳରେ କୁତା ହୋଇଯାଇଥିଲା, ଭୁକି କରି ଅଭିଯୋଗ କଲେ ଉପଭୋକ୍ତା

ବାଙ୍କୁଡା: ପଶ୍ଚିମବଙ୍ଗର ବାଙ୍କୁଡାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଶନିବାର ହଠାତ ଜଣେ ବ୍ୟକ୍ତି ସରକାରୀ ଅଧିକାରୀଙ୍କ ଗାଡି ନିକଟକୁ ଆସି କୁକୁର ପରି ଭୁକିବାକୁ ଲାଗିଲେ । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ପ୍ରକୃତ ଘଟଣା ଜାଣିବା ପରେ ସମସ୍ତେ କିନ୍ତୁ ଉକ୍ତ ବ୍ୟକ୍ତିଙ୍କୁ ସମର୍ଥନ କରିଥିଲେ । କୋଶିୟାକୋଲେ ଗ୍ରାମର ଶ୍ରୀକାନ୍ତ ଦତାଙ୍କ ନାମ ରାସନ କାର୍ଡରେ ଭୁଲରେ ଶ୍ରୀକାନ୍ତ କୁତା ହୋଇ ଯାଇଥିଲା । ଏଥିପାଇଁ ତାଙ୍କୁ ଅନେକ ଥର ଅପମାନିତ ହେବାକୁ ପଡୁଥିଲା । ସେ ଏହାକୁ ସଂଶୋଧନ କରିବା ପାଇଁ ବାରମ୍ବାର ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ଦୌଡିଥିଲେ ମଧ୍ୟ ସେ କୌଣସି କାରଣ ଦେଖାଇ ଖସି ଯାଉଥିଲେ ।

ଶେଷରେ ସେ ସମସ୍ତଙ୍କ ଉପସ୍ଥିତିରେ ବିଡିଓଙ୍କ ଗାଡି ନିକଟରେ ଅଭିନବ ଉପାୟରେ ଅଭିଯୋଗ କରିଥିଲେ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହା ପରେ ପରେ ତାଙ୍କର ସଂଶୋଧନ କରିବା ପାଇଁ ବିଡିଓ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଘଟଣାକୁ ସୋସିଆଲ ମିଡିଆରେ ଛଡାଯିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.