Latest Odisha News

ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଏଏସଆଇ ଗିରଫ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗଞ୍ଜେଇ ଚାଲାଣ ଅଭିଯୋଗରେ ଓଡ଼ିଶା ପୋଲିସର ୨ ଏଏସଆଇ ଗିରଫ। ଗିରଫ ଦୁଇ ପୋଲିସ କର୍ମାଚାରୀ ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନାର ଏଏସଆଇ ଶୁଭେନ୍ଦୁ ପ୍ରଧାନ ଓ ପିସି ନାୟକ। ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁସାରେ ଗତ ୬ ତାରିଖ ରାତିରେ ଏହି ଦୁଇ ଏଏସଆଇ ଏବଂ ଅନ୍ୟ କିଛି ପୋଲିସ କର୍ମଚାରୀ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଦେଖି ଦୁଇ ଏଏସଆଇ ଧାରିଥିଲେ। ଗଞ୍ଜେଇ ବେପାରୀକୁ ଥାନାକୁ ନନେଇ ପାଖରେ ଥିବା ଏକ ଢାବାକୁ ନେଇ ବେପାରୀ ସହ ମୂଲଚାଲ କଲେ। ୫ ଲକ୍ଷ ଟଙ୍କା ଦେଲେ ବେପାରୀକୁ ଛାଡିଦେବେ କହିଲେ। ଗଞ୍ଜେଇ ବେପାରୀ ଜଣକ ଗାଡ଼ି ଛାଡି ଟଙ୍କା ଯୋଗାଡ଼ କରିବାକୁ ଯାଇଥିଲେ। କିଛି କ୍ଷଣ ପରେ ବେପାରୀ ସେଠାରେ ପହଞ୍ଚିଲା ବେଳକୁ ଦୁଇ ଏଏସଆଇ ସମେତ ଗଞ୍ଜେଇ ଗାଡି ନଥିଲା।

ଏକ ନିଛାଟିଆ ସ୍ଥାନରୁ ୭ ତାରିଖ ଦିନ ସେହି ଗାଡି ମିଳିଥିଲା। ହେଲେ ସେହି ଗାଡିରେ ନଥିଲା ଗଞ୍ଜେଇ। ଏହି ଖବର ଜିଲ୍ଲାରେ ପ୍ରସାରିତ ହେବା ପରେ ତଦନ୍ତ ଆରମ୍ଭ ହେଲା ଏବଂ ସତ ପଦାକୁ ଆସିଲା। ଦୁଇ ଏଏସଆଇ ଗଞ୍ଜେଇକୁ ଅନ୍ୟ ଏକ ଗଞ୍ଜେଇ ବେପାରୀକୁ ୧୦ ଲକ୍ଷ ଟଙ୍କାରେ ବିକି ଥିବାର ଜଣାପଡିଲା। ଏହାପରେ ଦୁଇ ଏଏସଆଇକୁ ନିଲମ୍ବିତ କରିବା ସହ ବୋରିଗୁମ୍ମା ଥାନା ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.