Latest Odisha News

BREAKING NEWS

ପୂର୍ବ ଶତ୍ରୁତାରୁ ଆକ୍ରମଣ: ଗୋଟିଏ ପରିବାରର ଦୁଇ ମୃତ, ୩ ଗୁରୁତର

ସମ୍ୱଲପୁର: ବୁର୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ମରଣାନ୍ତକ ଆକ୍ରମଣ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ବୁର୍ଲା ସେଣ୍ଟ୍ରାଲ ଲାଇନ ସାହିରେ ଘଟିଛି ଏହି ଘଟଣା ।

ମୃତକମାନେ ହେଲେ ପୀତବାସ ବିଶୋୟୀଙ୍କ ଦୁଇ ପୁଅ ମୁନା ଓ ବୁଲୁ । ଆକ୍ରମଣରେ ପୀତବାସ, ତାଙ୍କ ସ୍ତ୍ରୀ ସଙ୍ଗୀତା ଓ ଜଣେ ସମ୍ପର୍କୀୟ ଗୁରୁତର ଅଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଘଟଣାସ୍ଥଳରେ ବୁର୍ଲା ଏସଡିପିଓ ପହଞ୍ଚି ତଦନ୍ତ କରିଛନ୍ତି ।

ପୂର୍ବ ଶତ୍ରୁତାରୁ ପୀତବାସଙ୍କ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.