Latest Odisha News

ପ୍ରକାଶ ପାଇଲା ଓୟୁଏଟି ସିପିଜିଏସ୍‌ ପରୀକ୍ଷା ଫଳ; ୩ ବିଭାଗର ସମସ୍ତ ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ବର: ପ୍ରକାଶ ପାଇଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଅଧୀନ ସିପିଜିଏସ୍‌(ସେଣ୍ଟର ଫର୍‌ ପୋଷ୍ଟ ଗ୍ରାଜୁଏଟ୍‌ ଷ୍ଟଡିଜ୍‌)ର ୩ଟି ବିଭାଗର ଶେଷ ବର୍ଷ ପରୀକ୍ଷା ଫଳ ।

ସୂଚନାନୁସାରେ, ଏମ୍‌ସିଏ, ବାୟୋ-ଇନ୍‌ଫରମେଟିକ୍ସ ଓ ଏବିଏମ୍‌(ଏଗ୍ରି ବିଜନେସ୍‌ ମ୍ୟାନେଜ୍‌‌ମେଣ୍ଟ) ବିଭାଗର ଛାତ୍ରଛାତ୍ରୀ ମାନେ ଏଥିରେ ଉନ୍ନତ ପ୍ରଦର୍ଶନ କରିଛନ୍ତି।

ଖବରଅନୁଯାୟୀ, ‌ଏମ୍‌ସିଏରେ ଭେଙ୍କଟେସ୍‌ ନାଇଡୁ ୮.୭୭ ସିଜିପିଏ, ବାୟୋ-ଇନ୍‌ଫରମେଟିକ୍ସରେ ପ୍ରଦୀପ ପ୍ରିୟଦର୍ଶୀ ଦାଶ ୮.୩୦ ସିଜିପିଏ, ଏବିଏମ୍‌‌ରେ ଅର୍ପିତା ପ୍ରୀତମ୍‌ ୮.୮୨ ସିଜିପିଏ ରଖି ସଫଳତା ଅର୍ଜ୍ଜନ କରିଛନ୍ତି । ଆହୁରି ମଧ୍ୟ ଏହି ୩ ବିଭାଗରେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ସିପିଜିଏସ୍‌ର ଡିନ୍‌ ଭବେନ୍ଦ୍ର ବୈଶାଖ କୃତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜୀବନର ଉନ୍ନତି କାମନା କରିବା ସହ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଦେଇଛନ୍ତି।

Leave A Reply

Your email address will not be published.