Latest Odisha News

ପାନ ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୫ ଗୁରୁତର

ପୁରୀ:ପହିଲି ରଜରେ ରାଜ୍ୟବାସୀ ଉତ୍ସାହର ସହ ରଜପର୍ବ ପାଳନ କରୁଥିବା ବେଳେ ଅସ୍ତରଙ୍ଗ କାକଟପୁର ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଗନ୍ନାଥପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ପାନ ବୋଝେଇ ପିକ୍ଅପ୍ ଭ୍ୟାନ୍। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ସମସ୍ତଙ୍କୁ ଚକିତ୍ସା ପାଇଁ ଚାରିଛକ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଏଯାଏ ଦୁଇ ମୃତକଙ୍କର ପରିଚୟ ମିଳିନାହିଁ। ଛତିଆନା ଗାଁର ୧୮ ଜଣ ପାନଚାଷୀ ଏକ ପିକଅପ୍ ଭ୍ୟାନରେ ପାନବୋଝେଇ ଝୁଡ଼ି ସହ ନୟାହାଟ ପାନହାଟକୁ ବିକ୍ରି କରିବାକୁ ଯାଉଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନଟି ଓଲଟି ପଡ଼ିଥିଲା।

Leave A Reply

Your email address will not be published.