Latest Odisha News

କଂଗ୍ରେସ-ଅକାଳୀଦଳ କର୍ମୀଙ୍କ ଭିତରେ ହିଂସାକାଣ୍ଡରେ ୨ ମୃତ

ଚଣ୍ଡୀଗଡ: କଂଗ୍ରେସ- ଅକାଳୀଦଳ କର୍ମୀଙ୍କ ଭିତରେ ହିଂସାକାଣ୍ଡ । ପଞ୍ଜାବର ମୋଗା ଜିଲ୍ଲାରେ ସ୍ଥାନୀୟ ନିର୍ବାଚନ ପାଇଁ ପ୍ରଚାର କରୁଥିବା କଂଗ୍ରେସ ଓ ଅକାଳୀ ଦଳର କର୍ମୀଙ୍କ ଭିତରେ ହୋଇଥିବା ହିଂସାକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଓ ବହୁ ଲୋକଙ୍କୁ ସାମାନ୍ୟ ଆଘାତ ଲାଗିଛି ।

ପୋଲିସର କହିବା ଅନୁସାରେ, ଘଟଣା ମଙ୍ଗଳବାର ରାତିରେ ଘଟିଥିଲା, ଯେତେବେଳେ ମୋଗା ଜିଲ୍ଲାର ଓ୍ବାର୍ଡ ସଂଖ୍ୟା ୯ରେ ଦୁଇ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ । ଦୁଇ ଦଳ ଭିତରେ କୌଣସି ପ୍ରସଙ୍ଗକୁ ନେଇ ପୂର୍ବରୁ ବିବାଦ ହୋଇଥିଲା, ପରେ ତାହା ସଂଘର୍ଷର ରୂପ ନେଇଥିଲା ।
ଅକାଳୀ ଦଳର ର୍କମୀ ୧୪ ଫେବୃଆରୀରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରଚାର କରୁଥିଲେ ଓ ସେ ଅଭିଯୋଗ କରିଥିଲେ ଯେ, କଂଗ୍ରେସର କର୍ମୀ ତାଙ୍କ ଉପରେ ନିଜର ଗାଡି ଚଢାଇ ଦେଇଥିଲେ ।

ପୋଲିସ ସୂଚନା ଦେଇଛି, ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଜଣଙ୍କର ହସ୍ପିଟାଲାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ନରିନ୍ଦର ପାଲ୍ ସିଂ ସିଦ୍ଧୁ ଓ ଅନ୍ୟ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସିନ୍ଧୁ ଓ୍ବାର୍ଡ ସଂଖ୍ୟା ୯ରୁ କଂଗ୍ରେସ ପ୍ରାର୍ଥୀଙ୍କ ସ୍ବାମୀ ।

Leave A Reply

Your email address will not be published.