Latest Odisha News

BREAKING NEWS

ପାକିସ୍ତାନ ସେନାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ: ଦୁଇ ପାଇଲଟ ମୃତ୍ୟୁ

ଲାହୋର: ପାକିସ୍ତାନର ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ପାଇଲଟଙ୍କ ମୃତ୍ୟୁ ଘଟିଛି । ସୋମବାର ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶରେ ନିୟମିତ ଅଭ୍ୟାସ କରୁଥିବା ସମୟରେ ସେନାଙ୍କ ଏହି ଦୁର୍ଘଟଣା ପଞ୍ଜାବ ପ୍ରଦେଶ ଅଞ୍ଚଳରେ ହୋଇଥିଲା ।  ବିମାନର ଉଭୟ ପାଇଲଟ ମେଜର ଓମାର ଏବଂ ଲେଫ୍ଟନାଣ୍ଟ ଫୈଜାନ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ସେନା ଅନୁଯାୟୀ ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡିନାହିଁ ।  ଜୁଲାଇ ୨୦୧୯ ରେ ରାୱଲପିଣ୍ଡିର ଏକ ଉପାନ୍ତ ଅଞ୍ଚଳରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ପାଞ୍ଚ ଜଣ ସେନା ଅଧିକାରୀ ଏବଂ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଆଇଏସଆରପି କହିଛି ।

Comments are closed.