Latest Odisha News

BREAKING NEWS

ସୁନ୍ଦରପଦା ଓ ଯଦୁପୁର ଅଂଚଳରୁ ହଟିଲା ଅବରୋଧ କଟକଣା

ଭୁବନେଶ୍ୱର: ଭୁବନେଶ୍ୱରର ସୁନ୍ଦରପଦା ଓ ଯଦୁପୁର ଅଂଚଳରୁ ଆଜିଠାରୁ ହଟିଲା ଅବରୋଧ କଟକଣା ହଟାଯାଇଛି । ପୂର୍ବରୁ ଏହି ସ୍ଥାନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଥିଲା ।
କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱରର ୫ଟି ଜାଗାରେ କଂଟେନମେଂଟ ଜୋନ୍ କରାଯାଇଥିଲା । ସେଗୁଡିକ ହେଲା ସୂର୍ଯ୍ୟନଗର, ବମିଖାଲ, ସୁନ୍ଦରପଦା, ଯଦୁପୁର ଓ ସତ୍ୟ ନଗର ।
ତେବେ ଆଜି ସୁନ୍ଦରପଦା ଓ ଯଦୁପୁରରୁ କଟାକଣା ହଟାଇ ଦିଆଯାଇଛି । ଏନେଇ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି । ତେବେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି ଦୁଇ ଅଂଚଳରେ ଘର ଘର ବୁଲି ସର୍ଭେ କରାଯିବ ବୋଲି ବିଏମସି କମିଶନର କହିଛନ୍ତି।

Leave A Reply

Your email address will not be published.