Latest Odisha News

ନକଲି ସାର୍ଟିଫିକେଟରେ ଚାକିରି କରିବା ଘଟଣା; ୨ ଶିକ୍ଷକ ଜେଲରେ

ବରଗଡ: ସାରା ରାଜ୍ୟରେ ନକଲି ସାର୍ଟିଫିକେଟକୁ ନେଇ ହଇଚଇ। ସରକାରୀ ବିଦ୍ୟାଳୟରେ ଚାକିରି ପାଇବା ପାଇଁ ନକଲି ପ୍ରମାଣପତ୍ର ଦାଖଲ ଅଭିଯୋଗରେ ବରଗଡର ଦୁଇଜଣ ଶିକ୍ଷକ ଏବ‌େ ଜେଲରେ।

ସୂଚନାନୁସାରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବା ପରେ ନକଲି ପ୍ରମାଣପତ୍ର ଚିହ୍ନଟ ହୋଇଥିଲା। ଯାହା ପରେ ଦୁଇ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଅମ୍ବାଭୋନା ବ୍ଲକ ଭୁତଲି ପ୍ରାଥମିକ ବିଦ୍ୟାଳୟରେ ତରଣୀ ସେଠ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେହିପରି କଣ୍ଡପଲା ବିଦ୍ୟାଳୟରେ ମଙ୍ଗଳ ବିଶ୍ୱାଳ ସହକାରୀ ଶିକ୍ଷକ ଥିଲେ। ଏମାନେ ଦୀର୍ଘ ବର୍ଷ ହେଲା ନକଲି ସାର୍ଟିଫିକେଟ ଜରିିଆର‌େ ସରକାରୀ ଚାକିରି କରୁଥିଲ‌େ।

ତେବେ ଘଟଣା ସମ୍ପର୍କର‌େ ଜାଣିବା ପରେ ଅମ୍ବାଭୋନା ବିଇଓ ସ୍ଥାନୀୟ ଥାନାରେ ଏ ଦୁଇ ଜଣଙ୍କ ନାମରେ ଏତଲା ଦେଇଥିଲେ। ଦୁଇ ଜଣ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହ‌ୋଇଛି।

Leave A Reply

Your email address will not be published.